Odiapua.com

ଯାତ୍ରୀବାହୀ ବିମାନ ନିଖୋଜ – ନିୟନ୍ତ୍ରଣ ହରାଇ ସମୁଦ୍ରରେ ଖସିପଡ଼ିଥିବା ଆଶଂକା

ନୂଆ ଦିଲ୍ଲୀ/ଜାକର୍ତ୍ତା ଜାନୁଆରୀ ୯ (ଓଡ଼ିଆ ପୁଅ) : ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଭରିଥିବା ଏକ ବିମାନ ନିୟନ୍ତ୍ରଣ ହରାଇ ସମୁଦ୍ରରେ ଖସିପଡ଼ିଥିବା ଆଶଂକା କରାଯାଉଛି। ରିପୋର୍ଟ ଅନୁଯାୟୀ, ୬୨ ଜଣଙ୍କୁ ନେଇ ଏକ ଶ୍ରୀଜୀୟା ଏୟାର ଯାତ୍ରୀବାହୀ ବିମାନ ନିଖୋଜ ହୋଇଛି। ସମୁଦ୍ରରେ ଖସିପଡିଥିବା ଆଶଂକା କରାଯାଉଛି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ବିମାନ ଉଡ଼ାଣର କିଛି ସମୟ ପରେ ବିମାନରେ ବିମାନ ନିଖୋଜ ହୋଇଯାଇଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24.com କହିଛି ଯେ ବିମାନଟି ଏକ ମିନିଟରୁ କମ୍ ସମୟରେ ୩୦୦୦ ମିଟର (୧୦, ୦୦୦ ଫୁଟ) ଉଟ୍ଟତାରେ ସମ୍ପର୍କ ହରାଇଥିଲା। ରିପୋର୍ଟରୁ ଜଣାପଡ଼ିଛିଯେ କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ମତାନୁସାରେ ବିଜୁଳି ବେଗରେ ଗୋଟିଏ ବିସ୍ଫୋରଣ ଦେଖିଛନ୍ତି ଏବଂ ଶୁଣିଛନ୍ତି। ସେମାନେ କହିଛନ୍ତି ଯେ ବିମାନଟି ବିଜୁଳି ବେଗରେ ସମୁଦ୍ର ଭିତରକୁ ଖସି ବିସ୍ଫୋରଣ ହୋଇଥିଲା।