Odiapua.com

ଯାତ୍ରା ମଂଚରେ ମହିଳା ବିଶ୍ୱକପ ବିଜୟ ଉତ୍ସବ

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରଥମଥର ପାଇଁ ଭାରତୀୟ ମହିଳା ଟିମ ବିଶ୍ୱକପ କ୍ରିକେଟରେ ବିଜେତା ହୋଇଛି। ଏହି ଆନନ୍ଦ ଏବଂ ଉପଲବ୍ଧିକୁ ଅପେରା ମଂଚରେ ପାଳନ କରାଯାଇଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ଦିନ ପୂର୍ବେ ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଟକ୍କରରେ ହରାଇ ଭାରତୀୟ ଦଳ ମହିଳା କ୍ରିକେଟ ବିଶ୍ୱ କପ ଚମ୍ପିୟାନ ହୋଇଛି। ଭାରତୀୟ ମହିଳା ଦଳକୁ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତର ହନୁମାନ ପଡ଼ିଆରେ ଚାଲିଥିବା ଅପେରା ମଂଚରେ ବଜରଙ୍ଗବଲି ଯାତ୍ରା କମିଟି ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।ଗତକାଲି ରାତିରେ କମିଟି ପକ୍ଷରୁ ମଂଚ ବାହାରେ ଆତସବାଜି ଏବଂ ମଂଚ ଉପରେ କେକ କଟାଯାଇ ବିଶ୍ୱ ବିଜୟୀ ମହିଳା ଟିମକୁ ଶୁଭେଚ୍ଛା ଜଣାଯାଇ ଉଦଯାପନୀ ଉତ୍ସବ ଆୟୋଜନ ହୋଇଯାଇଛି। ଏଥିରେ ଭରତୀୟ ମହିଳା କ୍ରିକେଟ୍ ଟିମ୍‌ର ବିଶ୍ୱକପ ବିଜୟ ଉତ୍ସବ ପାଳନ କରାଯାଇଥିଲା। ବାଣ ଫୁଟା ସଂସ୍କୃତିକ ସଙ୍ଗୀତ, ନୃତ୍ୟ ଓ ଆଲୋକ ସଜାଣି ମଂଚରେ ଉତ୍ସବର ପରିବେଶ ସୃଷ୍ଟି କରିଥିଲା। ଏଥି ସହିତ ସରପଂଚ ପ୍ରିତମ ଦାସ, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ପୂର୍ବତନ ସମିତି ସଭ୍ୟ ରଞ୍ଜିତ ଜେନା, କମିଟି ସଭାପତି ସୁରେଶ କୁଅଁର, ଅପେରା ପରିଚାଳକ ବ୍ନୁଲୁ ବିଶ୍ୱାଳ ଓ ଗୌତମ ସ୍ୱାଇଁଙ୍କୁ ବଜରଙ୍ଗବଲି କମିଟି ପକ୍ଷରୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା। ନାରାୟଣ ପଣ୍ଡା, ବିପିନ ପଣ୍ଡା, ଅଜିତ ଦାସ, ସମୀର ଭୋଇ, ବାଳରାମ ରଣା, ରଞ୍ଜନ ସାହୁ, ତପନ ସାମଲ, କ୍ଷୀରୋଦ ସାହୁ, ମୁକୁନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ନିଆରା କାର୍ଯ୍ୟକ୍ରମକୁ ଉପସ୍ଥିତ ଦର୍ଶକ ସ୍ୱାଗତ କରିଥିଲେ।