Odiapua.com

ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଯାଜପୁର ରୋଡ୍‌-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳଷ୍ଟେସନ ସମ୍ମୁଖରେ ପ୍ରତିବାଦ ସଭା ଆଇନ୍‌ଜୀବୀ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ରାଧା ଦାସ, ପ୍ରଫୁଲ୍ଲ ପାଢୀ, ନିରଞ୍ଜନ ପାଣି, ବିଷ୍ଣୁ ଦାଶ, ବିନୋଦ ସାହୁ, ନବ ବେହେରା, କାଳନ୍ଦୀ ପାତ୍ର, ଜୈନୁଲ ଆବେଦିନ, ଗୟାଧର ସାହୁ, ଚକ୍ରଧର ପାତ୍ର, ସେକ୍ କାଲୁ, ସେକ୍ ଜନି, ମାନସ ରଂଜନ ବିଶ୍ୱାଳ, କୃଷକ ନେତା ଚନ୍ଦ୍ରଶେଖର ନାୟକ, ଦିଲ୍ଲୀପ ନାଥ ପ୍ରମୁଖ ରେଳ ବିଭାଗ ଯାଜପୁର ରୋଡ୍‌-ଧାମରା ରେଳପଥ ନିର୍ମାଣ ପାଇଁ ସର୍ଭେ ସରିଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ବଜେଟ୍‌ରେ ଅର୍ଥ ବ୍ୟୟବରାଦ ନକରିବାରୁ ତାର ପ୍ରତିବାଦ କରିଥିଲେ । ପରେ ଷ୍ଟେସନ ମଧ୍ୟକୁ ଯାଇ ଏକ ଗୁଡସ୍ ଟ୍ରେନ୍ ସମ୍ମୁଖରେ ପିକେଟିଂ କରିବାରୁ ରେଳବାଇ ପୁଲିସ୍ ଆନ୍ଦୋଳନକାରୀ ନେତା ଦିବ୍ୟସିଂହ ନାୟକ, ରାଧା ଦାସ ବିଷ୍ଣୁ ଦାଶ, ଚକ୍ରଧର ପାତ୍ର, ବାବୁନା ନାୟକଙ୍କ ସମେତ ଶତାଧିକ ଆନ୍ଦୋଳନକାରୀମାନଙ୍କୁ ଗିରଫ କରି ଆରପିଏଫ୍ ଅଫିସ୍‌ରେ ଅଟକ ରଖିଥିଲେ ଓ ଦିନ ୧ ଘଟିକା ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଥିଲେ । ପ୍ରକାଶଯୋଗ୍ୟ ରେଳ ବଜେଟରେ ଓଡ଼ିଶା ପାଇଁ ଅଧିକ ଅର୍ଥ ବରାଦ ହୋଇଛି ବୋଲି ଆତ୍ମବଡିମା ପ୍ରଦର୍ଶନ ବଦଳରେ ଗତ ୯ ବର୍ଷରେ ବରାଦ ଅର୍ଥରୁ କେତେ ବ୍ୟୟ କରାଯାଇଛି, ତାର ସ୍ପଷ୍ଟିକରଣ ଦେବା ସାଧୁତାର ପରିଚୟ ।

ଗତବର୍ଷ ରେଳ ବଜେଟରେ ୨୮୪ କୋଟି ଲେଖାଏଁ ଜନଜାତି କରିଡର ଓ ଏନର୍ଜି କରିଡର ପାଇର୍ ଓ ୫୭ କୋଟି ଟଙ୍କା ବନ୍ଦର ସଂଯୋଗୀକରଣ ପାଇଁ ବ୍ୟୟ ବରାଦ କରାଯାଇଥିଲା । ଏହା ମଧ୍ୟରୁ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବନ୍ଦର ସଂଯୋଗୀକରଣ ପାଇଁ ହୋଇଥିବା ବ୍ୟୟ ବରାଦରୁ ପଇସାଟିଏ ମଧ୍ୟ ଖର୍ଚ୍ଚ ହୋଇନାହିଁ । ଯଦି ଯାଜପୁର ରୋଡ୍‌-ଧାମରା କିମ୍ବା ଗୋପାଳପୁର-ସମ୍ବଲପୁର ରେଳପଥ ପାଇଁ ଅର୍ଥ ବ୍ୟୟ କରାଯାଇଥାଆନ୍ତା । ତାହେଲେ ସରକାରୀ ଦାବିର ସତ୍ୟତା ଥାଆନ୍ତା । ଓଡ଼ିଶାରେ ରହିଛି ତିନୋଟି ବନ୍ଦର । ପାରାଦୀପ, ଗୋପାଳପୁର ଓ ଧାମରା । ରେଳବାଇ କେଉଁ ବନ୍ଦର ସହିତ ସଂଯୋଗୀକରଣ ପାଇଁ କେତେ ଖର୍ଚ୍ଚ କଲା । ରେଳ ବଜଟେରେ ଖୋର୍ଦ୍ଧର୍ା ରୋଡ୍‌-ବଲାଙ୍ଗୀର ଓ ତାଳଚେର-ବିମଳାଗୁଡ ନୂତନ ରେଳପଥ ପାଇଁ ଯଥାକ୍ରମେ ୧୩୫୦ କୋଟି ଓ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ ଯେତିକି ସ୍ୱାଗତଯୋଗ୍ୟ ଅନ୍ୟ ୫ଟି ନୂତନ ରେଳପଥ (ବୁଢାମରା-ଚାକୁଳିଆ, କିରିବୁର-ବଡବିଲ, ଦୀଘା-ଜଳେଶ୍ୱର, ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ) ପାଇଁ ମାମୁଲି ଭାବେ ମାତ୍ର ୧୦୦୦ କୋଟି ଲେଖାଏଁ ବ୍ୟୟ ବରାଦ ସେତିକି ହାସ୍ୟାସ୍ପଦ ।