Odiapua.com

ଯାଜପୁର ଜିଲା ପୁଲିସର ୬୦ତମ ଶହିଦ ଦିବସ ପାଳିତ

ଭୁବନେଶ୍ୱର/ଯାଜପୁର୨୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପାଣିକୋଇଲି ଠାରେ ଯାଜପୁର ଜିଲା ପୁଲିସ ରିର୍ଜଭ ପଡିଆରେ ୬୦ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି । ଜିଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମିନା ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟବାଳ ଓ ମୁଖ୍ୟମନ୍ତ୍ରୀ ସହୀଦ ଦିବସ ଉପଲକ୍ଷେ ଦେଇଥିବା ବାର୍ତ୍ତାପାଠ କରିବା ପରେ ଦେଶର ସହୀଦଙ୍କ ନାମ ଘୋଷଣା କରିବା ସହ ସେମାନଙ୍କ ପରିବାର ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଜନସାଧାରଣଙ୍କ ଧନ ଜୀବର ସୁରକ୍ଷା ପାଇଁ ପୁଲିସ ବାହୀନି ନିଜ ଜୀବନରୁ ଜଳାଞ୍ଜଳି ଦେଇ ନିଜ କର୍ତବ୍ୟ କରିବାକୁ ଅଙ୍ଗୀକାର ବଦ୍ଧ । ତେଣୁ ଆମ୍ଭେ ସହିଦ ମାନଙ୍କ ଠାରୁ ପ୍ରେରଣା ପାଇବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ । ପରେ ସହିଦ ସ୍ମୃତି ସ୍ଥମ୍ଭରେ ଜିଲ୍ଲା ପୁଲିସର ଅଧିକାରୀ, କର୍ମଚାରୀ, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ବୁଦ୍ଧିଜିବୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ରିର୍ଜ୍ଜଭ ଇନ୍ସପେକ୍ଟର କାହ୍ନୁ ଚରଣ ମାରଣ୍ଡି ପ୍ୟାରେଡ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ରଂଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଏଏସପି ଅକ୍ଷୟ କୁମାର ଦାସ, ଜୟୀରାମ ଶତପଥି, ଡିଏସପି ବିଜୟ କୁମାର ମଲ୍ଲିକ, ପ୍ରଫୁଲ୍ଲ ଦାସ, ସସ୍ମିତା ଦାସ, ଅଚୁତ୍ୟାନନ୍ଦ ଦାଶ, କନେଷ୍ଟବଳ ହାବିଲଦାର ସଙ୍ଘ ସଭାପତି ତାରାକାନ୍ତ ବିଶ୍ୱାଳ ଓ କର୍ମକର୍ତାଙ୍କ ସମେତ ଜିଲା ପୁଲିସ ମୁଖ୍ୟାଳୟର ଅଧିକାରୀ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।