ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର କୋରେଇ କୋରେଇ ଶିକ୍ଷା ବିଭାଗରେ ୫.୫୬ କୋଟି ଟଙ୍କାର ଠକେଇ ହୋଇଥିଲା। ଗତକାଲି ରାଜ୍ୟ ଭିଜିଲାନ୍ସ ବିଭାଗ ଭଦ୍ରକ ଜନା ଭବଦ୍ଭଳ ଶାଖା ମୁଖ୍ୟ ମାତୃ ପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିବା ବେଳେ ଆଜି ଫେରାର ଅଭିଯୁକ୍ତ ବାପା-ମା’ଙ୍କୁ ଗିରଫ କଲା ଭିଜିଲାନ୍ସ । ଭଦ୍ରକ ଚରମ୍ପାରୁ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ । ସୂଚନା ଥାଉକି, ଯାଜପୁର ଜିଲ୍ଲା କୋରେଇ ଶିକ୍ଷା ବିଭାଗରେ ହୋଇଥିଲା ବଡ଼ଧରଣର ଆର୍ôଥକ ଅନିୟମିତତା । ଆଉ ଏହି ଘଟଣାରେ ଭଦ୍ରକ ଜନା ସ୍ମଲ୍ ଫାଇନାନ୍ସର ଶାଖା ପ୍ରବନ୍ଧକ ମାତୃପ୍ରସାଦ ମହାନ୍ତି ନିଜ ପିତାଙ୍କ ସହ ମିଶି କରିଥିଲେ ଏହି ଘୋଟଲା। ମାତୃପ୍ରସାଦ ଆର୍ôଥକ ଅନିୟମିତତାର ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତିଙ୍କ ପୁଅ ।୨୦୧୮ରୁ ୨୦୨୪ ମଧ୍ୟରେ କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ହ୍ୟାକ୍ ହୋଇ ୫ କୋଟି ୫୬ ଲକ୍ଷ ୧୧ ହଜାର ୪୯୫ ଟଙ୍କା ଅନ୍ଲାଇନ୍ରେ ଟ୍ରାନ୍ସଫର ହୋଇଥିଲା । ପରେ ଖୋଳ ତାଡ଼ ହେବାରୁ ଭିଜିଲାନ୍ସ ବିଭାଗ ଏହି ଅନିୟମିତତା ପଛରେ ପିତା ପୁତ୍ରଙ୍କ ଯୋଡ଼ି ଯୋଜନାବଦ୍ଧ ଭାବେ ଏହି ଟଙ୍କା ହପଡ଼ରେ ସମ୍ପୃକ୍ତ ଥିବାର ଜାଣିବାକୁ ପାଇଥିଲା। ପିତା ପ୍ରଦୀପଙ୍କ ସହ ମିଶି ଅଭିଯୁକ୍ତ ମାତୃପ୍ରସାଦ ଏହି ତଂଚକତା କରିଥିଲେ । ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ପ୍ରଦୀପ କୋରେଇ ବିଇଓଙ୍କ କାର୍ଯ୍ୟାଳୟରେ ପୁନଃ ନିଯୁକ୍ତ ହୋଇଥିଲେ । ଏହି ସମୟରେ ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡିର ଅପବ୍ୟବହାର କରି ସେମାନଙ୍କୁ କାର୍ଯ୍ୟରତ ବୋଲି ଭୁଲ୍ ରେକର୍ଡ ସୃଷ୍ଟି କରିଥିଲେ । ପରେ ସେମାନଙ୍କ ନାମରେ ପ୍ରତିମାସ ପେନସନ ବିଲ୍ ପ୍ରସ୍ତୁତ କରି ଟଙ୍କା ଉଠାଯାଉଥିଲା । ଏହି ଟଙ୍କାକୁ ପ୍ରଦୀପ ପୁତ୍ର ମାତୃପ୍ରସାଦ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଂଟକୁ ପଠାଉଥିଲେ । ୨୦୧୮ ନଭେମ୍ବରରୁ ୨୦୨୪ ସେପ୍େଟମ୍ବର ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ଏଭଳି ଢଙ୍ଗରେ ଅର୍ଥ ହଡ଼ପ ଚାଲିଥିଲା । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନଂ.୧୧/୨୦୨୬, ଦଫା ୧୩ (୨) ଆର/ ଡବ୍ଲୁ/୧୩(୧)(ଏ)ପିସି ଆମେଣ୍ଡମେଂଟ ଆକ୍ଟ, ୨୦୧୮/୪୦୯/୪୭୭-ଏ/୧୨୦-ବିରେ ମାମଲା ରୁଜୁ କରାଯାଇଛି । ମାତୃପ୍ରସାଦଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଛି । ମାମଲାରେ ସମ୍ପୃକ୍ତ ଅନ୍ୟମାନେ ଗିରଫ ହେବେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।