Odiapua.com

ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ଭାରତ ଗୌରବ ଦିବ୍ୟ କାଶୀ – ଆଦି ଅମାବାସ୍ୟା ଯାତ୍ରା ଟ୍ରେନ

ଭୁବନେଶ୍ୱର ୨୭ ଜୁଲାଇ (ଓଡ଼ିଆ ପୁଅ) ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡି ଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ ଦି କାଶୀ – ଆଦି ଅମାବାସ୍ୟା ଯାତ୍ରା” ଟ୍ରେନ ଏହାର ଯାତ୍ରା ସ୍ଥଳ ପରିଭ୍ରମଣ ମଧ୍ୟରେ ଆଜି ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ପହଁଚିଛି। କାଶୀ ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ ଦେଶର ଅନେକ ଧାର୍ମିକ ଗନ୍ତବ୍ୟ ସ୍ଥଳକୁ ପରିଭ୍ରରିମଣ କରିବ ଯେଉଁଠାରେ ତୀର୍ଥଯାତ୍ରୀ / ପର୍ଯ୍ୟଟକ ପିଠାପୁରମ, ପୁରୀ କୋଣାର୍କ, ଯାଜପୁର, କାଶୀ, ଗୟା, ପ୍ରୟାଗରାଜ ଏବଂ ବିଜୟୱାଡା ସ୍ଥିତ ଶକ୍ତିପୀଠ ଗୁଡିକୁ ପରିଦରିର୍ଶନ କରିବେ।

ଭାରତ ଏବଂ ବିଶ୍ୱବିବାସୀଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ପ୍ରଦର୍ଶନ କରିବା ହେଉଛି ଭାରତ ଗୌରବ ଟ୍ରେନ ଚଳାଚଳର ଏକ ପରିକରିଳ୍ପନା। ଭାରତ ଗୌରବ ଟ୍ରେନ୍ ଚଳାଚଳ ନୀତି ଅଧୀନରେ ଭାରତୀୟ ରେଳ ସହଭାଗିତାରେ ଏହି ଟୁରିଷ୍ଟ ସର୍କିଟ୍‌ ଚଳାଚଳ ପାଇଁ ଏକ ପଦକ୍ଷେପ।