Odiapua.com

ଯାଜପୁର ଅଞ୍ଚଳର ୧୯ଜଣ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ

ପାଟଣା ୨୭-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳର ୧୯ ଜଣ ଶ୍ରମିକ ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳରେ ଶ୍ରମିକ ଭାବେ ମାଟି କାମ କରୁଥିବା ବେଳେ ଉକ୍ତ ଅଞ୍ଚଳ ଲକ ଡାଉନ ପରେ କଣ୍ଟେନମେଣ୍ଟ ଘୋଷଣାରେ ଗାଡି ମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା। ଭୋକ ଉପାସରେ ଯାଜପୁରରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳକୁ ଚାଲି ଚାଲି ଆସୁଥିବା ବେଳେ ଆନନ୍ଦପୁର ନିକଟ ନରଦା ଚେକ ପୋଷ୍ଟରେ ପୋଲିସ ତାଙ୍କୁ ଅଟକାଇଥିଲା ପରେ ରାମଚନ୍ଦ୍ର ପୁର ଥାନା ପକ୍ଷରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ଦିଆଯାଇ ଯୋଗେ ରାମଚନ୍ଦ୍ର ପୁର ଥାନା ଅଧିକାରୀ ରାଜେନ୍ଦ୍ର ସ୍ବାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରି ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ପାଟଣା ଅଞ୍ଚଳକୁ ପଠାଇଥିଲେ। ସମସ୍ତ ଶ୍ରମିକମାନଙ୍କୁ ହୋମ କ୍ଵରେଣ୍ଟାଇନରେ ୧୬ ଦିନ ପାଇଁ ରଖାଯାଇଥିବା ପାଟଣା ବିଡ଼ିଓ ଈଶ୍ୱର ନାଏକ ସୂଚନା ଦେଇଛନ୍ତି।