Odiapua.com

ଯାଜପୁରର ୫ଟି ପଜିଟିଭ ବାହାରିଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା

ଯାଜପୁର୨୦ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାରେ ଆଜି ୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ସ୍ୱାବ ପରୀକ୍ଷା ଦ୍ୱାରା ଏହି ୫ ଜଣଙ୍କର ପଜିଟିଭ ଜଣାପଡି଼ବା ପରେ ଜିଲ୍ଲାରେ ମୋଟ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭ ରେ ପହଞ୍ଚିଛି। ତେବେ ଏହି ୫ଜଣ ନୂଆ ଚିହ୍ନଟ ମାନେ ସମସ୍ତେ କୋଲକତାରୁ ଆସିଥିବା ଜଣାଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି। ଯାଜପୁର ବ୍ଲକ ପଣସା ପଞ୍ଚାୟତ ବେହେରା ପାଟଣାର ଜୈନିକ ୨୮ ବର୍ଷୀୟ ଯୁବକ, ବାସୁଦେବପୁର ପଂଚାୟତର ଜାଲପୁରର ୬୪ ଓ ବାସୁଦେବପୁର ୫୮ବର୍ଷୀୟ, ଦଶରଥପୁର ବ୍ଲକ ବିରଜାପୁର ପଞ୍ଚାୟତର କୋଦେଇବାଟିର ୩୨ବର୍ଷୀୟ ଓ କୋରେଇ ବ୍ଲକର ମୁକୁନ୍ଦପୁରର ୫୦ବର୍ଷୀୟ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏମାନଙ୍କର ରିପୋର୍ଟ ମିଳିବାପରେ ସେମାନଙ୍କ ସଂପର୍କରେ ଆସିଥିବା ଲୋକମାନଙ୍କର ତଥ୍ୟ ସଂଗ୍ରହକୁ ପ୍ରଶାସନ ଜୋରଦାର କରିଛି। ସେହି ଅନୁସାରେ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଆଇସୋଲେସନରେ ରଖାଯିବ। ପଜିଟିଭ ବାହାରିଥିବା ଅଂଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରାଯିବା ସହ ସଂପୃକ୍ତ ଅଂଚଳକୁ ସଂକ୍ରମଣ ମୁକ୍ତ କରିବା ପାଇଁ ବ୍ଲିଚିଂ ଓ କ୍ଲୋରିନ୍ ୱାସ କରାଯିବାର ବ୍ୟବସ୍ଥା ହୋଇଛି। ତେବେ ବର୍ତମାନ ସର୍ବାଧିକ ପଜିଟିଭ କେଶ୍ କୋଲକତା ଲିଙ୍କରୁ ହେଉଥିବାରୁ ଇତିମଧ୍ୟରେ କୋଲକତାରୁ ବିଗତ ଦିନ ମାନଙ୍କରେ ଆସିଥିବା ଯେକୌଣସି ବ୍ୟକ୍ତି ନିଜକୁ ନ ଲୁଚାଇ ନାମ ପଞ୍ଜିକରଣ କରାଇ ନେଇ କ୍ୱାରେନଟାଇନରେ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।