Odiapua.com

ଯାଜପୁରରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକରେ ପ୍ରତିବାଦ ସଭା

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ଏକ ଧାରଣା ଯାଜପୁର ରୋଡ ଧାମରା ରେଳ ପଥ ସଂଗ୍ରାମ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ସଭାପତି ତୁୟ କରିଥଲେ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ। ଏହି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଚନ୍ଦ୍ର ଶେଖର ନାୟକ, ପ୍ରଫୁଲ୍ଲ ପାଢ଼ୀ, ପ୍ରଫୁଲ୍ଲ ନାୟକ, ସେକ୍ ସନୱଲା, ରମେଶ ବେହେରା, ଡକ୍ଟର ପ୍ରହଲ୍ଲାଦ ପତି, ବିଷ୍ଣୁ ଦାଶ, ରାଧା ଦାସ, ଗଣେଶ ପ୍ରଧାନ, ସେକ୍ ବାବୁ, ସେକ୍ କଲୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ଗିରିଧାରୀ ନାଥ ,ଭଦ୍ରକ୍ ପୌର ପରିଷଦ ଦିଲ୍ଲୀପ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏବଂ ଯାଜପୁର ରୋଡ ଧାମରା ବନ୍ଦର ଯାଏ ରେଳ ପଥ ସର୍ଭେ ଅନୁସାରେ କାର୍ଯ୍ୟ କରିବା ପାଇଁ ବଜେଟ୍ ରେ ଅର୍ଥ ବ୍ୟୟବରାଦ ନହେବା ରୁ ସଂଗ୍ରାମ ସମିତି ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇ ଭଦ୍ରକ ରେଳ ଷ୍ଟେସନ ଉଭୟ ପାର୍ଶ୍ୱରେ ଓଭର୍ ବ୍ରିଜ ନିର୍ମାଣ ତୁରନ୍ତ କରିବା, ଧାମରକୁ ଯାତ୍ରୀବାହୀ ଟ୍ରେନ ଚାଲୁକରିବା ପାଇଁ ଦାବିକରି ଏକ ଦାବିପତ୍ର ଷ୍ଟେସନ ପରିଚାଳକ ଙ୍କ ଜରିଆରେ ରେଳ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ସୁସା ଦାସ।