Odiapua.com

ଯାଜପୁରରେ ପଲସର ଆତଙ୍କ

ଯାଜପୁର,୦୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭୁବନେଶ୍ଵର ରେ ଯାଜପୁର ସହରରେ ଏବେ କଳା ପଲସର ଆତଙ୍କ ଦେଖୀବାକୁ ମିଳିଛି ।  ଗହଣା ଦୋକାନୀ ହାତରୁ ଦିନ ଦ୍ୱିପ୍ରହରରେ ଅଳଙ୍କାର ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର ହୋଇଯାଇଛି ।

ଘଟଣା ଘଟିଛି ଯାଜପୁର ସହରର ବିରଜା ହାଟ ନିକଟରେ । ପଣ୍ଡା ଜୁଏଲର୍ସ ମାଲିକ ରମାକାନ୍ତ ପଣ୍ଡା ପ୍ରତିଦିନ ଭଳି ଆଜି ଦୋକାନ ଖୋଲିବାକୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁଇ ଜଣ ଲୁଟେରା ଗୋଟିଏ କଳା ପଲସରରେ ଆସି ତାଙ୍କ ହାତରୁ ଅଳଙ୍କାର ଭର୍ତି ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ଉକ୍ତ ବ୍ୟାଗରେ ୫୦୦ ଗ୍ରାମ ସୁନା ଓ ୨ କେଜି ରୁପା ଅଳଙ୍କାର ଥିବା ଅଭିଯୋଗ ହୋଇଥିବା ବେଳେ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।