Odiapua.com

ଯାଜପୁରରେ ଜମୁଛି ରାଜ୍ୟସ୍ତରୀୟ ପୁସ୍ତକମେଳା

ଯାଜପୁର, ୦୪/୧୧, (ଓଡ଼ିଆ ପୁଅ ପି ନାୟକ): ଏବେ ଯାଜପୁରରେ ଜମୁଛି ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା। ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ମେଳା ଆସନ୍ତା ୭ ତାରିଖ ଯାଏ ଚାଲିବ। ପ୍ରତିଦିନ ସନ୍ଧ୍ୟାରେ ଅନେକ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ତେବେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପୁସ୍ତକ ବିକ୍ରେତା ଏବଂ ପ୍ରଶାସକମାନେ ଯୋଗ ଦେଇଛନ୍ତି। ସୂଚନା ଅନୁସାରେ, ଚଳିତ ଥର ପ୍ରାୟ ୩୦ ରୁ ଅଧିକ ଷ୍ଟଲ ଖୋଲାଯାଇଛି। ପାଠକକୁ ଆକୃଷ୍ଟ କରିବା ପାଇଁ ପ୍ରତିଦନ ସଂଧ୍ୟାରେ ପୁସ୍ତକ ମେଳା କମିଟି ପକ୍ଷରୁ ଆଲୋଚନା ଚକ୍ର, ସାହିତ୍ୟ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଦୀର୍ଘ ଚାରି ବର୍ଷ ହେବ ଏହି ପୁସ୍ତକ ମେଳା ଆୟୋଜିତ ହେଉଛି।