Odiapua.com

ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ କୁ ବୃଦ୍ଧି

ଭୁବନେଶ୍ୱର ୨-୫ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାରେ ଆଉ ଜଣେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ବରି ବ୍ଲକ ଅଞ୍ଚଳର। ତାଙ୍କର ବୟସ ୬୨ ବର୍ଷ, ସେ ଜଣେ ପୁରୁଷ। କୋଲକାତାରୁ ଫେରନ୍ତା। ତେବେ ଏହି ଆକ୍ରାନ୍ତାଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୭ ରେ ପହଁଞ୍ଚିଛି ଏବଂ ଯାଜପୁର ଜିଲ୍ଲାରେ ୪୮ ଜଣ ସଂକ୍ରମିତ ରହିଛନ୍ତି ଏହା ପରେ କରୋନା ଆକ୍ରାନ୍ତାଙ୍କ ତାଲିକାରେ ଭୁବନେଶ୍ୱର ତଥା ଖୋର୍ଦ୍ଧା ଜିଲ୍ଲାକୁ ପଛରେ ପକାଇ ଯାଜପୁର ଜିଲ୍ଲା ଶୀର୍ଷରେ ଅଛି। ପ୍ରଶାସନ ପାଇଁ ଏବେ କୋଲକାତା ଫେରନ୍ତା ଚିନ୍ତାର କାରଣ ପାଲଟିଛନ୍ତି। ଏହି କାରଣରୁ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲାରେ ଗତ କିଛିଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଭଦ୍ରକ ଓ ବାଲେଶ୍ବରରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ ଯାଜପୁର ଜିଲାରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜ୍ୟର ଏହି ତିନି ଜିଲାକୁ ରେଡ୍ ଜୋନରେ ରଖାଯାଇଛି।