Odiapua.com

ଯଶୋଟିକିରି ମହାବୀର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯାଜପୁର ଏକାଦଶ ଚାମ୍ପିଅନ

ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ନେରଡା ପଞ୍ଚାୟତ ଯଶୋଟିକିରି ବୈତରଣୀ ନଦୀକୂଳ ପଡିଆରେ ଅନୁଷ୍ଠିତ ୨୭ତମ ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବର୍ଷାବାଧାପ୍ରାପ୍ତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପବିତ୍ର ସାଧାରଣରନ୍ତ୍ର ଦିବସରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ବାଲେଶ୍ୱର ଆଦର୍ଶ କ୍ଲବ ଏକାଦଶ ଓ ଯାଜପୁର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଦର୍ଶ କ୍ଲବ ଏକାଦଶ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ । ଏହି ଦଳ ନିର୍ଦ୍ଧାରିତ ୨୫ ଓଭରରେ ୭ ଉଇକେଟ ହରାଇ ୨୨୭ ରନ ସ୍କୋର କରିଥିଲା । ବ୍ୟାଟ୍ସମ୍ୟାନ ଦେବାଶିଷ ମହାନ୍ତି ୭୪ ରନ ଓ ନରୋତ୍ତମ ଭଞ୍ଜ ୬୯ ରନ ହାସଲ କରିଥିଲେ । ପ୍ରତିପକ୍ଷ ବୋଲର ଆଲୋକ ସାହୁ ୫ ଓଭର ବୋଲିଂ କରି ୫୬ ରନ ବିନିମୟରେ ୨ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଯାଜପୁର ଏକାଦଶ ୨୩.୪ ଓଭରରେ ୪ ଉଇକେଟ ହରାଇ ୨୩୦ କରିଥିଲା । ଏହି ଦଳର ବ୍ୟାଟ୍ସମ୍ୟାନ ପ୍ରଦୀପ୍ତ ଦାସ ୫୪ ଓ ଚକ୍ରଧର ଦ୍ୱିବେଦୀ ୫୧ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ଶେଖର ମାଝୀ ୫ ଓଭର ବୋଲିଂ କରି ୫୩ ରନ ବିନିମୟରେ ୨ ଉଇକେଟ ହାସଲ କରିଥିଲେ । ଯାଜପୁର ଏକାଦଶ ୬ ଉଇକେଟରେ ରନରେ ବିଜୟୀ ହୋଇ ଚାମ୍ପିଅନ ହୋଇଥଲା । ପ୍ରଦୀପ୍ତ ଦାସ ମ୍ୟାନ ଅଫ ଦି ମ୍ୟାଚ, ଶରତ ଚୌଧୁରୀ ମ୍ୟାନ ଅଫ ଦି ସିରିଜ, ନରୋତ୍ତମ ଭଞ୍ଜ ବେଷ୍ଟ ବୋଲର ଓ ଦେବାଶିଷ ମହାନ୍ତି ବେଷ୍ଟ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଥିଲେ । ଦେବବ୍ରତ ଦାସ ଓ ସତ୍ୟବ୍ରତ ଜେନା ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥବା ବେଳେ ରାଜେନ୍ଦ୍ର ରାଉତ ଓ ବୃନ୍ଦାବନ ନାୟକ ସ୍କୋରର, ପ୍ରଶାନ୍ତ ପଟ୍ଟନାୟକ ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । କୈଳାସ ଦ୍ୱିବେଦୀ ମ୍ୟାଚ ରେଫରୀ ଦାଇତ୍ୱ ତୁଲାଇଥିଲେ । ସମାଜସେବୀ ବନମାଳୀ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ, ଶରତ ଜେନା, ଅନନ୍ତ ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବଦ୍ରୀନାରାୟଣ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଖେଳାଳୀଙ୍କ ସମେତ ରନରସପ ଓ ଚାମ୍ପିଅନ ଦଳକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ମହାବୀର କ୍ଲବ ସଦସ୍ୟମାନେ ପରିଚାଳନା କରିଥିଲେ ।