Odiapua.com

ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ; ସେମିରେ ସି.ଆର.ପି.ଏଫ. ଦଳ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୨୬ତମ ଯଶୋଟିକିରି ମହାବୀର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେରଡା କ୍ରିକେଟ ପଡିଆରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଦେବଦାସୀ ଜେନା ମୁଖ୍ୟଅତିଥି ଭାବେ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିଥିଲେ। ଉଦଘାଟନୀ ଦିବସରେ ଅନୁଷ୍ଠିତ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଦଳ ଓ ଭୁବନେଶ୍ୱର ସି.ଆର.ପି.ଏଫ. ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମର୍ଣ୍ଣିଂଷ୍ଟାର ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ଦଳ ୨୪.୩ ଓଭରରେ ସମସ୍ତ ଉଇକେଟ ବିନିମୟରେ ୧୯୨ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ରରୋନାଲ୍ଡୋ ଦାସ ୮୧ ରନ ଓ ଗୁରୁଦିପ୍ପନ ଜେନା୫୮ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଏସ.ଏସ.ସ୍ୱାଇଁ ୫ ଓଭର ବୋଲିଂ କରି ୨୮ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ସି.ଆର.ପି.ଏଫ. ଦଳ ୨୪.୨ ଓଭରରେ ୧୯୩ ରନ କରି ବିଜୟୀ ହୋଇଥିଲା। ଦଳର ବ୍ୟାଟ୍ସମ୍ୟାନ ଜୀବନଜ୍ୟୋତି ଜେନା ୭୭ ରନ ଓ ପଙ୍କଜ ସାହୁ ୫୧ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଆକାଶ ପୋଦ୍ଦାର ୫ ଓଭର ବୋଲିଂ କରି ୨୨ ରନ ବିନିମୟରେ ୨ ଉଇକେଟ ହାସଲ କରିଥିଲେ। ସି.ଆର.ପି.ଏଫ. ଦଳର ଖେଳାଳି ଜୀବନଜ୍ୟୋତି ଜେନାମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଦୁର୍ଗାପ୍ରସାଦ ପଟ୍ଟନାୟକ ଓ କାଳନ୍ଦୀ ପଣ୍ଡା ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। ଆକାଶ ରଥ ଓ ସନ୍ତୋଷ ନନ୍ଦ ମ୍ୟାଚ ସ୍କୋରର ଦାଇତ୍ୱ ତୁଲାଇଥିଲେ। ପ୍ରଶାନ୍ତ ପଟ୍ଟନାୟକ ଓ ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ସୋମବାର ଜଗତସିଂପୁର ମାଷ୍ଟର ୧୧ ସହ ଢେଙ୍କାନାଳ କ୍ରିକେଟ କ୍ଲବ ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।