Odiapua.com

ଯଶୋଟିକିରି ମହାବୀର କପ୍ କ୍ରିକେଟ ଫେଷ୍ଟିଭାଲ ଉଦଯାପିତ, ବାଲେଶ୍ୱର ମଣ୍ଣିଂଷ୍ଟାର ଚାମ୍ପିଅନ

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମ ଯଶୋଟିକିରି ୨୫ତମ ମହାବୀର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି ମେଗା କ୍ରିକେଟ ଫେଷ୍ଟିଭାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଚାମ୍ପିଅନ ହୋଇ ଟ୍ରଫି ହାସଲ କରିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ଭଦ୍ରକ ୟୁନିକ୍ ଇଲେଭେନ ଓ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ୟୁନିକ୍ ଇଲେଭେନ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ୨୧.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୮ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ସୁଶୀଲ କୁମାର ବାରିକ ୪୨ ବଲ ରୁ ୫୭ ରନ ଓ ପ୍ରଶାନ୍ତ ପାଢୀ ୨୬ ବଲ ରୁ ୨୬ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଭବିଷ୍ୟ ବେହେରା ୫ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ୧୪ ରନ ଦେଇ ୩ ଉଇକେଟ ଓ ଶେଖ ସମଶେର ୪.୪ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ୧୪ ରନ ବିନିମୟରେ ୩ ଉଇକେଟ ହାସଲ କରଥିଲେ। ଜବାବରେ ମର୍ଣ୍ଣିଂଷ୍ଟାର ୍ ଦଳ ୨୫ ଓଭରରେ ୯ ଉଇକେଟ ହରାଇ ୧୨୯ ରନ କରି ଫାଇନାଲରେ ପ୍ରବେଶ କରିଛି। ଦଳର ବ୍ୟାଟ୍ସମ୍ୟାନ ଦିବ୍ୟଶକ୍ତି ଚକ୍ରବର୍ତ୍ତି ୨୩ ବଲ ରୁ ୨୯ ରନ ଓ ସବ୍ୟସାଚୀ ଆଚାର୍ଯ୍ୟ ୧୫ ବଲ ରୁ ୨୬ ରନ ସ୍କୋର କରିଥିଲେ।

ବିପକ୍ଷ ଦଳର ବୋଲର ରିଷଭ ରାଜ ୫ ଓଭର ବୋଲିଂ କରି ୩୭ ରନ ଦେଇ ୩ ଉଇକେଟ, ବିମଳ କୁମାର ୫ ଓଭର ବୋଲିଂ କରି ୨୧ ରନ ବିନିମୟରେ ୧ ଉଇକେଟ ଓ କିଶାନ୍ତ ମନୋହର ମହାନ୍ତି ୫ ଓଭର ବୋଲିଂ କରି ୨୦ ରନ ଦେଇ ୧ ଉଇକେଟ ହାସଲ କରଥିଲେ। ଦୁର୍ଗାପ୍ରସାଦ ପଟ୍ଟନାୟକ ଓ କାଳନ୍ଦୀ ଚରଣ ପଣ୍ଡା ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ। କିଶାନ ମନୋହର ମହାନ୍ତି ମ୍ୟାଚ ସ୍କୋରର ଓ ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଦାଇତ୍ୱ ତୁଲାଇଥିଲେ। ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ। ଶେଖ ସାମଶେର ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ ସୁଶୀଲ ବାରିକ, ଅଭିଳାଶ ରାଉତରାୟ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ରିଷଭ ରାଜ ବେଷ୍ଟ ବୋଲର ବିବେଚିତ ହୋଇଥିଲେ। ଖେଳ ଶେଷରେ ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଦସ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ପୂର୍ବତନ ସରପଞ୍ଚ ତପସ୍ୱିନୀ ଜେନା, ସମାଜସେବୀ ବନମାଳୀ ପୃଷ୍ଟି ସମ୍ମାନିତ ଅତବଥି ଭାବେ ଯୋଗଦେଇ ଚାମ୍ପିଅନ, ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ମହାବୀର କ୍ଳବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।