Odiapua.com

ଯଶସ୍ୱୀ ସାହିତ୍ୟିକ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ କଟକରେ ଆଜି ଶେଷ କୃତ୍ୟ

କଟକ : ୨୮/୮ (ଓଡ଼ିଆ ପୁଅ /ଅଭୟ ଜେନା) ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ରଙ୍କ ବିୟୋଗ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ୯୫ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। ଜୟନ୍ତ ମହାପାତ୍ର କିଛି ଦିନ ହେଲା ଚିକିତ୍ସାଧିନ ଥିଲେ।

କବି ଜୟନ୍ତ ମହାପାତ୍ର ଉଭୟ ଓଡ଼ିଆ ଇଂରାଜୀରେ କବିତା ସଂକଳନ କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି। ସାହିତ୍ୟ ସାଧନା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକଡେମୀ ପୁରସ୍କାର, ଉତ୍କଳ ରତ୍ନ ସମ୍ମାନ, ସାରଳା ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନୀତ କରାଯାଇଛି।

ତାଙ୍କର ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

କଟକଖାନନଗର ଶ୍ମସାନରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।