ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସମାଜସେବିକା, ସ୍ୱେଚ୍ଛାସେବୀ ସଂଗଠନ ସୋସାଇଟି ଫର ଉିକର କମ୍ୟୁନିଟି (ଆଶିୟାନା)ର ସମ୍ପାଦିକା, ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶିକା ଭଦ୍ରକର ସୁଯୋଗ୍ୟା ନାରୀ ପ୍ରତିଭା ସୋଫିଆ ଶେଖ୍ ମର୍ଯ୍ୟାଦା ଜନକ ୪୪ତମ ଯମୁନାଲାଲ ବଜାଜ୍ – ୨୦୨୨ ପୁରସ୍କାର ପାଇ ଆଜି ଭଦ୍ରକକୁ ଫେରିବା ପରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭଦ୍ରକର ବହୁ ସଂଗଠନ, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ ଭଦ୍ରକ ରେଳ ଷ୍ଟେସନକୁ ଯାଇ ତାଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା, ଭଦ୍ରକ ରେଳ ଷ୍ଟେସନ ମ୍ୟାନେଜର ସନ୍ତୋଷ କୁମାର ସାହୁ, ଆର୍ପିଏଫ୍ ଆଇଆଇସି ଦିଲିପ କୁମାର, ଜିଆର୍ପି ଆଇଆଇସି ଆର୍. ଶଙ୍କର ରାୟ, ଆଶିୟାନାର ନିର୍ଦ୍ଦେଶକ ସଲାମ ଭାଇ, ସଂଯୋଜକ ରିୟାଜ ଅହମ୍ମଦ, ପରାମର୍ଶଦାତ୍ରୀ ଅନିମା ପଣ୍ଡା, ସ୍ୱଧାର ଗୃହ ପରିଚାଳକ ସବାନା ଶେଖ୍, ମୁକ୍ତାଶ୍ରୟ କେନ୍ଦ୍ରର ସଂଯୋଜକ ସମ୍ବିତ୍ ମହାନ୍ତି, ସାମାଜିକ କର୍ମୀ ଭାଗ୍ୟଶ୍ରୀ ମହାକୁଡ଼, ବିକାଶ ରାଉତ, କାଦମ୍ବିନୀ ଜେନା, ମମତା ମଲ୍ଲିକ, ଚାଇଲ୍ଡ ଲାଇନ୍ର ସଂଯୋଜିକା ଦିବ୍ୟାନୀ ମୁଖାର୍ଜୀ, ରମାକାନ୍ତ ଜେନା, ପ୍ରଦୀପ ପଣ୍ଡା, ପରାମର୍ଶଦାତ୍ରୀ ସ୍ମୃତିରେଖା ଓଝା, ସଂଯୁକ୍ତା ମଲ୍ଲିକ, ଅର୍ଚ୍ଚନା ନାୟକ, ବାସନ୍ତୀ ସେଠୀ, ସାହିନ୍ ଖାଁ, ଶତାବ୍ଦୀ ବେହୁରା, ପ୍ରତିମା ବଳ, ଶାନ୍ତିଲତା ସ୍ୱାଇଁ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ସେ ଭଦ୍ରକ ଡାହାଣିଗଡିଆ ସ୍ଥିତ ଗୋପବନ୍ଧୁ ଦାସ, ବାଇପାସ୍ ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗାନ୍ଧି ପଡ଼ିଆ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବାଇପାସ୍ ମୁକ୍ତାଶ୍ରୟ କେନ୍ଦ୍ରର ଅନ୍ତେବାସୀମାନେ ମୁକ୍ତାଶ୍ରୟ କେନ୍ଦ୍ର ପରିସରରେ ସ୍ୱାଗତ କରିବା ସହ ସ୍ୱାଗତ ସଂଗୀତ ଗାନ କରିଥିଲେ।