Odiapua.com

ଯନ୍ତ୍ରଣାରେ ଛଟପଟ ହେବା ପରେ ଆଖି ବୁଜିଲା ମାଈ ହାତୀ

କେନ୍ଦୁଝର,୦୭/୧୦,(ଓଡ଼ିଆ ପୁଅ ପି ନାଏକ):  ଦୀର୍ଘ ୯ ଦିନ ଧରି ଛଟପଟ ହେବା ପରେ ଶେଷରେ ଆଖି ବୁଝିଛି ମାଈ ହାତୀ । ହରପିସ ରୋଗରେ ଆକ୍ରାନ୍ତ ଭାବି ତାର ଉତ୍ତମ ଚିକିତ୍ସା କରିବା ପାଇଁ ଶିମିଳିପାଳ ଓ ଭୁବନେଶ୍ଵରରୁ ଏକ ଟିମ୍ ଯାଇ ଚିକିତ୍ସା କରୁଥିଲେ । ମାତ୍ର ସବୁ ଚେଷ୍ଟା ହେଲା ବିଫଳ । ଅନେକ ଚେଷ୍ଟା ପରେ ମଧ୍ୟ ବଞ୍ଚିପାରିଲାନି ମାଈ ହାତୀ । ତେବେ ଅଧିକ ବୟସ କାରଣରୁ ତାର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି ।