Odiapua.com

ଯଦୁପୁର ପରୀହତ୍ୟା ମାମଲା: ଅଭିଯୁକ୍ତର ନାର୍କୋଟେଷ୍ଟ ପାଇଁ ଏସଆଇଟିର ଆବେଦନକୁ ଜେଜେବି ନା କଲା

ନୟାଗଡ଼, ୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଯଦୁପୁରର ପରୀହତ୍ୟା ମାମଲାର ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଏସ୍‌ଆଇଟିର ଆବେଦନର ଯେଉଁ ଶୁଣାଣି ଆଜି ଥିଲା ତାହାକୁ ଜୁଭେନାଇଲ୍ ଜଷ୍ଟିସ ବୋର୍ଡ଼ ନା କରିଦେଇଛି। ଅଭିଯୁକ୍ତ ଠାରୁ ଠୋସ୍ ପ୍ରମାଣ ପାଇବା ପାଇଁ ଏସ୍‌ଆଇଟି ଗୋଟିଏ ପରେ ଗୋଟିଏ ତଥ୍ୟ ଯୋଗାଡ଼ କରିବା ପାଇଁ ଲାଗିଛି। ଅଭିଯୁକ୍ତର ପ୍ରକୃତ ପ୍ରମାଣ ପାଇଁ ଏସଆଇଟି ବିଭିନ୍ନ ବୈଜ୍ଞାନିକ ଉପାୟ ଆପଣାଇବା ସହ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଆବେଦନ କରିଥିଲା। ହେଲେ ଆଜି ଅଭିଯୁକ୍ତ ତା’ର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ନିଜର ସମ୍ମତି ଦେଇନଥିଲା। ଯାହାକି ଜେଜେବି ଏସ୍‌ଆଇଟିର ନାର୍କୋ ଟେଷ୍ଟ ଆବେଦନକୁ ଖାରଜ କରିଦେଇଥିଲା। ଗତ ୫ତାରିଖରେ ପୋକ୍ସୋ କୋର୍ଟ ସାବାଳକ ଅଭିଯକ୍ତକୁ ନାବାଳକ ଦେଇଥିବା ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତକୁ ବାଳସୁଧାର ଗୃହକୁ ପଠାଇ ଦିଆଯିବା ପରେ ଏସଆଇଟିକୁ ବଡ଼ ଝଟ୍‌କା ଲାଗିଥିଲା। ଯାହାକି ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ କୁ ସ୍ଥାନାନ୍ତରିତ ହୋଇଥିଲା। ତେବେ ଏସଆଇଟି ପୂର୍ବରୁ ଅଭିଯୁକ୍ତର ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ପୋକ୍ସୋ କୋର୍ଟରେ ଆବେଦନ କରିଥିବାରୁ ଏବଂ ମାମଲା ଜୁଭେନାଇଲ୍ ବୋର୍ଡ଼କୁ ସ୍ଥାନାନ୍ତରିତ ହୋଇଥିବାରୁ ଏସମ୍ପର୍କରେ ଜୁଭେନାଇଲ ବୋର୍ଡ଼ ନିଷ୍ପତି ନେବେ ବୋଲି କୋର୍ଟ ରାୟ ଦେଇଥିଲେ। ଏସ୍‌ଆଇଟି ଅଭିଯୁକ୍ତଠାରୁ ଅଧିକ ତଥ୍ୟ ସଂଗ୍ରହ ପାଇଁ ବୈଜ୍ଞାନିକ ପଦ୍ଧତି ଆପଣାଇବା ପାଇଁ ଆବେଦନ କରିଥିବାବେଳେ ଯେହେତୁ ଅଭିଯୁକ୍ତ ନାବାଳକ କୋର୍ଟ କି ରାୟ ଦେଉଛି ଆଜି ଅପେକ୍ଷାର ଗୁରୁତ୍ୱପୂର୍ଣ୍ଣ ମୁହୁର୍ତ୍ତ ଥିଲାବେଳେ ଏସଆଇଟିର ନାର୍କୋଟେଷ୍ଟ ଆବେଦନକୁ ଖାରଜ କରିଦେବା ପରେ ସବୁ ଅପେକ୍ଷାର ଅନ୍ତଃ ଘଟିଛି। ତେବେ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲାବେଳେ ଏସଆଇଟି ଅଭିଯୁକ୍ତର ମୋବାଇଲକୁ ଫୋରେନସିକ୍ ଲାବୋରେଟୋରିକୁ ପଠାଇ ପରୀକ୍ଷା କରିବାପାଇଁ ପୁଣି ଆଉ ଏକ ଆବେଦନ କରିଛି। ଅପରାହ୍ନରେ ଏସଆଇଟି ଯେତେବେଳେ ତାଙ୍କୁ ନାବାଳକ ଜଷ୍ଟିସ ବୋର୍ଡ଼ ସମ୍ମୁଖରେ ନାର୍କୋ ଟେଷ୍ଟ ପରୀକ୍ଷା ଦେବାକୁ ଅନୁରୋଧ କରିଥିଲେ ସେତେବେଳେ ଅଭିଯୁକ୍ତ ଜଣକ ଜେଜେବି ପୂର୍ବରୁ ପରୀକ୍ଷା ଦେବାକୁ ମନା କରିଦେଇଥିଲା। ପରେ ବୋର୍ଡ଼ ଏସଆଇଟି ର ନାର୍କୋ ଆବେଦନକୁ ଖାରଜ କରିଦେଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାର ଅନୁସନ୍ଧାନ କରୁଥିବା ଏସଆଇଟି ଦଳ ଅଭିଯୁକ୍ତ ଉପରେ ମସ୍ତିଷ୍କ ମ୍ୟାପିଂ ପରୀକ୍ଷା ପାଇଁ ଅନ୍ୟ ଏକ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୩ ପାଇଁ ଧାର୍ଯ୍ୟ ରହିଥିବା ଜଣାପଡ଼ିଛି।