Odiapua.com

ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ୨ୟ ଶ୍ରାଦ୍ଧ ବାର୍ଷିକୀ ଓ ପୁସ୍ତକ ଉନ୍ମୋଚିତ

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁନାମଧନ୍ୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ଯତୀନ୍ଦ୍ର ମୋହନ ମହାନ୍ତିଙ୍କର ୨ୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ପୁସ୍ତକ ଉନ୍ମୋଚନ ସଭା ଭଦ୍ରକ ଓକିଲ ସଂଘ ସଦନରେ ସଂଘର ସଭାପତି ଦିଲ୍ଲିପ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବରେ ଭଦ୍ରକ ଜିଲ୍ଲା ଜଜ୍ ଶିଶିର କୁମାର ରଥ ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ବହୁମୂଖୀ ପ୍ରତିଭା ଉପରେ ନିଜର ମତ ରଖିଥିଲେ । ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଯତୀନ୍ଦ୍ର ମୋହନ ସ୍ମୃତି ସଂସଦର ସଂପାଦକ ପ୍ରଫେସର ଅଟଳ ବିହାରୀ ନାୟକ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତ ମହାନ୍ତିଙ୍କ ସହ ତାଙ୍କର ବ୍ୟକ୍ତିଗତ ଅନୁଭୁତି ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ବକ୍ତା ଭାବରେ ଭଦ୍ରକର ବରିଷ୍ଠ ଅଧିବକ୍ତା ନିରାକାର ଜେନା ମଧ୍ୟ ନିଜର ସ୍ମୃତି ତର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମହାନ୍ତିଙ୍କ ଲିଖିତ “ଆଲୋକିତ ବିଭାବରୀ’ ପୁସ୍ତକର ୨ୟ ସଂସ୍କରଣକୁ ଲୋକାର୍ପିତ କରିବା ସହ ସ୍ମୃତି କମିଟି ଦ୍ୱାରା ଯୁବ ଆଇନଜୀବୀ ବିଷ୍ଣୁବ୍ରତ ବିଶ୍ୱାଳଙ୍କୁ ମାନପତ୍ର ଉପଢୌକନ ଦେଇ ଜିଲ୍ଲାଜଜ୍ ଶ୍ରୀଯୁକ୍ତ ରଥ ସମ୍ମାନିତ କରିଥିଲେ ।

ଏହି ସଭାରେ ସ୍ୱର୍ଗତ ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଅଧିବକ୍ତା ଦିବ୍ୟସିଂହ ନାୟକ, ଅରୁଣ ଚାନ୍ଦ,ପବନ ଶର୍ମା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିବା ସହ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଓକିଲ ସଂଘର ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ତାଙ୍କର ପୁତ୍ର କୃଷ୍ଣଚନ୍ଦ୍ର ମହାନ୍ତି,ହରିଶ୍ଚନ୍ଦ୍ର ମହାନ୍ତି, ଓକିଲ ସଂଘର ସମସ୍ତ ସଦସ୍ୟ, ରାୟ ରାମାନନ୍ଦ ମହାପାତ୍ର, ଯତିକାନ୍ତ ନାୟକ, ଗିରିଧାରୀ ନାଥ, ସନ୍ତୋଷ ଆଚାର୍ଯ୍ୟ, କୁଳମଣି ବେହେରା, ମାନସ ଦାସ,ରଂଜନ ଲେଙ୍କା, ଗଣେଶ ଦାସ, ଶ୍ରୀକାନ୍ତ ତ୍ରିପାଠି, ରାଜକିଶୋର ଦାସ, ଉପେନ୍ଦ୍ର ପଣ୍ଡା, ନିଶିକାନ୍ତ ନାୟକ, ରାଧା ଦାସ, ସନାତନ ଦିକ୍ଷିତ,ପ୍ରଦୀପ ଲେଙ୍କା, ଅଶୋକ ପାଲ, ଧିରେନ୍ଦ୍ର ରାୟ, ଗଦାଧର ବଳ, କରୁଣାକର ଦାସ ତଥା ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଓକିଲ ସଂଘର ସଦସ୍ୟମାନେ ପରିଚାଳନା କରିଥିଲେ ।