Odiapua.com

ଯଜ୍ଞସୁଧା ପ୍ରକାଶନର ପୁସ୍ତକ ଉନ୍ମୋଚନ ଓ ବାର୍ଷିକ ଉସ୍‌ôବ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗରଦପୁର ଗ୍ରାମର ସଂଭ୍ରାନ୍ତ ପୁସ୍ତକ ପ୍ରକାଶନୀ ସଂସ୍ଥା ଯଜ୍ଞସୁଧା ପ୍ରକାଶନର ୨ୟ ସାରସ୍ୱତ ବାର୍ଷିକ ଉସ୍‌ôବ ଏବଂ ପୁସ୍ତକ ଉନ୍ମୋଚନ ସହରର ବାଇପାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାର ପୁର୍ବତନ ଶିକ୍ଷାଧିକାରୀ ଗୟାଧର ପଣ୍ଡ।।ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉସ୍‌ôବରେ ମୁଖ୍ୟଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦ ଦୁର୍ଗା ବାହିନୀର ଅଖିଳ ଭାରତୀୟ ସଂଯୋଜିକା ଶୁଶ୍ରୀ ପ୍ରଜ୍ଞା ମହଲା ଯୋଗ ଦେଇ ସନାତନ ଧର୍ମ ସଂସ୍କୃତି ଓ ପରମ୍ପରା ଉପରେ କବିର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡ଼ ରାମଚନ୍ଦ୍ର ପଣ୍ଡା ଉନ୍ମୋଚିତ ପୁସ୍ତକର ଆଙ୍ଗୀକ, ଆତ୍ମୀକ ଦିଗ ଉପରେ ବର୍ଣ୍ଣନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ବକ୍ତା ଭାବେ ଭଦ୍ରକ ମହିଳା ମହାବିଦ୍ୟାଳୟର ପୁର୍ବତନ ପ୍ରାଧ୍ୟାପିକା ଡ଼ ରାଧାରାଣୀ ମହାପାତ୍ର, ସମ୍ମାନିତ ଅତିଥି ରୂପେ ବି.ଏନ.ଏମ.ଏ ମହାବିଦ୍ୟାଳୟର ପୁର୍ବତନ ପ୍ରାଧ୍ୟାପକ ଡ଼ ମନିନ୍ଦ୍ର ମହାନ୍ତି ମଂଚାସିନ ଥିବା ବେଳେ ନାଆମି ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ଼ ଅବନୀ ପ୍ରଧାନ ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ । ରୋଟାରିଆନ ଅତିସ କୁମାର ବେହେରା ସ୍ୱାଗତ ଭାଷଣ ଓ ମଂଚ ସଂଯୋଜନା କରିଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ କବି କୈଳାସ ଦାସଙ୍କ ସ୍ୱ ରଚିତ କବିତା ପୁସ୍ତକ ଅନ୍ତଃସ୍ୱର ଓ ଅନ୍ୟାନ୍ୟ କବିତା ଉନ୍ମୋଚିତ ହୋଇଥିଲା । ଭଦ୍ରକ ଜିଲ୍ଲାର ଜଣାଶୁଣା କଳା ସଂସ୍କୃତିର ସାରସ୍ୱତ ସାଧକ, କାଳନ୍ଦୀ ମଲ୍ଲିକ , ବିଜୟ ବହଳି, ମାନସୀ ପ୍ରତିମା ଜେନା ଓ ଗୌରାଙ୍ଗ ବାରିକଙ୍କୁ ମାନପତ୍ର ଉତ୍ତୋରିୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଯଜ୍ଞସୁଧା ପ୍ରକାଶନର ସ୍ୱତ୍ତ୍ୱଧିକାରୀ ଶକୁନ୍ତଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନରୋମା ଆଚାର୍ଯ୍ୟ, ସରୋଜିନୀ ଦାସ, ସ୍ୱାଧିନ ସୁନ୍ଦର ଦାସ, ସିପ୍ରା ରାଉତ ପ୍ରମୁଖ ସହଯୋଗ କରିଥିଲେ ।