Odiapua.com

ମ.ରାମପୁର ଅଂଚଳରେ ନକଲି ମାଓବାଦୀ ଗିରଫ, ମାଓବାଦୀ ନାମରେ ମାଗୁଥିଲେ ଚାନ୍ଦା

କଳାହାଣ୍ଡି, ୨୭.୦୫.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁିର ଥାନା ଅଂଚଳରେ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଚାନ୍ଦା ମାଗୁଥିବା ଅଭିଯୋଗରେ ଛଅ ଜଣ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମ.ରାମପୁର ଥାନା ଅନ୍ତର୍ଗତ ସିଂହପୁର ଗ୍ରାମର ଜୟପ୍ରକାଶ ପ୍ରଧାନ (୨୫), ଚନ୍ଦ୍ରକାନ୍ତ ତାଣ୍ଡି (୨୮), ପିପଲପଡା ଗ୍ରାମର ଭୁବନାନନ୍ଦ ନାଏକ (୩୨) ତିନି ଜଣ ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ମ.ରାମପୁର ର କନିଷ୍ଠ ଯନ୍ତ୍ରୀ ବୈଶାଖୁ ହରିଜନଂକ ଠାରୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ଚାନ୍ଦା ଅସୁଲି କରିଆସୁଥିଲେ । ଏସଂପର୍କରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ପୋଲିସକୁ ଖବର ଦେବାପରେ ପୋଲିସ ପକ୍ଷରୁ କେଶ ନଂ.୮୧/୨୦୨୦ ଆଇପିସି ୩୮୬/୩୮୭/୫୦୭/୪୧୦/୪୬୮ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ମୋବାଇଲ ଟ୍ରାକିଂ କରାଯାଇ ସଂପୃକ୍ତ ନକଲି ମାଓବାଦୀ ମାନଂକୁ ଠାବ କରି ଗିରଫ କରିବା ସହିତ ବିନା କାଗଜପତ୍ରରେ ମୋବାଇଲ ସିମକାର୍ଡ ଯୋଗାଇଥିବା ମ.ରାମପୁର ଥାନା ଅନ୍ତର୍ଗତ ଝାଲିଆଗୋଭା ଗ୍ରାମର ମଙ୍ଗଳୁ ନାଏକ ( ୩୫) ଓ ମ.ରାମପୁର ଗ୍ରାମର ବଳରାମ ସାହୁ ( ୨୫ ) ଏବଂ ନର୍ଲା ଥାନା ଅନ୍ତର୍ଗତ ଭାଟେଲ ଗ୍ରାମର ଶ୍ରୀକାନ୍ତ ନାଏକ (୨୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ମ.ରାମପୁର ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କ ସୂତ୍ରରୁ ପ୍ରକାଶ ।