Odiapua.com

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ-ଦୁଇ ମୃତ ଜଣେ ଗୁରୁତର

ମୟୂରଭଞ୍ଜ ୧୮-୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଶି ଘାଟିରୁ ଖସିଲା ଟ୍ରକ-ଦୁଇ ମୃତ୍ୟୁ ଜଣେ ଗୁରୁତର। ପାଖାପାଖି ୬୦ ଫୁଟ ତଳକୁ ଖସିଲା ଲୁହା ବଝେଇ ଟ୍ରକ। ୪୯ ନଂ ଜାତୀୟ ରାଜପଥରେ ଘଟିଛି ଅଘଟଣ। ଟ୍ରକଟି ମୁମ୍ବାଇରୁ କଲିକତାକୁ ରେଳତକ୍ତା ଓ ଚକ ନେଇ ଯାଉଥିବାର ସୂଚନା ମିଳୁଛି। ପ୍ରାୟ ଆଜି ସକାଳ ୭ ରୁ ୮ ମଧ୍ୟରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ଲୋକ ଓ ଦମକଳ ବାହିନୀଙ୍କ ସହାୟତାରେ ଟ୍ରକରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ତେବେ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ଏବଂ ଜଣେ ଗୁରୁତର ଆହତଙ୍କୁ ବାଙ୍ଗିରିପୋଶି ଡ଼ାକ୍ତରଖାନାରେ ଭତ୍ତି କରାଯାଇଛି। ଦିଲ୍ଲୀପ ଦାସ ଗୁରୁତରଙ୍କୁ ପରେ ବାରିପଦା ବଡ଼ ଡ଼ାକ୍ତରଖାନାକୁ ଅଣାଯାଇଛି। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।