Odiapua.com

ମ୍ୟାଟ୍ରିକ ପରୀକ୍ଷା, ୧ମ ଦିନରେ ୩୦ ଅନୁପସ୍ଥିତ

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଦିନର ମାତୃଭାଷା ପରୀକ୍ଷାରେ ମୋଟ ୩୦ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାଯାଇଛି । ପରୀକ୍ଷା ଦେବାକୁ ଥିବା ୧୪୬୨ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ, ରହଣିଆ ହାଇସ୍କୁଲ କେନ୍ଦ୍ରରେ ଜଣେ ପରୀକ୍ଷାର୍ଥୀ, ନପଙ୍ଗ ଚଣ୍ଡିମାତା ହାଇସ୍କୁଲ କେନ୍ଦ୍ରରେ ୨ଜଣ ପରୀକ୍ଷାର୍ଥୀ, ବାରିକପୁର ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୬ ଜଣ ପରୀକ୍ଷାର୍ଥୀ, ସରସଦା ହାଇସ୍କୁଲ କେନ୍ଦ୍ରରେ ୪ ଜଣ ପରୀକ୍ଷାର୍ଥୀ, ବାଲିପୋଖରୀ ଶୁକଦେବଜେନା ହାଇସ୍କୁଲ, ଯଶୋଟିକିରି ସୁବର୍ଣ୍ଣମୁଖି ନୋଡାଲ ହାଇସ୍କୁଲ, ବିଶୋଳ-କୁଲଣା ମୈତ୍ରୀ ହାଇସ୍କୁଲ କେନ୍ଦ୍ରରେ ୫ ଜଣ ପରୀକ୍ଷାର୍ଥୀ ଓ ମଞ୍ଜୁରୀରୋଡ ଗିରିଧାରୀ ପଣ୍ଡା ହାଇସ୍କୁଲ କେନ୍ଦ୍ରରେ ୩ଜଣ ପରୀକ୍ଷାର୍ଥୀ ଆଦି ମୋଟ ୨୨ ଜଣ ଅନୁପସ୍ଥିତ ଥିଲେ । ସେହିପରି ଯଶୋଟିକିରି ସୁବର୍ଣ୍ଣମୁଖି ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୪୩ ଜଣ ମଧ୍ୟମା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ବୋଲି ଜଣାଯାଇଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଅଭଜରଭର ଉପସ୍ଥିତ ଥିଲେ । ଆଜିର ପ୍ରଶ୍ନପତ୍ର ଆଶାନୁରୂପ ଥିଲା ବୋଲି ପରୀକ୍ଷାର୍ଥୀମାନେ ମତପ୍ରକାଶ କରିଛନ୍ତି । ୨ଟି ଭ୍ରାମ୍ୟମାଣ ଦଳ ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ କେନ୍ଦ୍ରରୁ ପ୍ରଶ୍ନପତ୍ର ବିଭିନ୍ନ କେନ୍ଦ୍ରକୁ ନେବା ସହ ଉତ୍ତରଖାତା ଫେରାଇ ଆଣିବାରେ ନିୟୋଜିତ ହୋଇଥିଲେ ବୋଲି ଅଧିକ୍ଷକ ତଥା ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ଓ ଉପଅଧକ୍ଷକ ବିଷ୍ଣୁପ୍ରିୟା ଜେନା ସୂଚନା ଦେଇଛନ୍ତି ।