Odiapua.com

ମ୍ୟାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପକ୍ଷରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାର ଏ ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟ ରାଜୀବ ଭବନ ପରିସରରେ ଶିକ୍ଷକ ପବନ କୁମାର ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ବ୍ଲକର ଏ-୧ ଗ୍ରେଡ ସଫଳତା ହାସଲ କରିଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଡିଗ୍ରୀ ଅପେକ୍ଷା ସମାଜ ଉପଯୋଗୀ ହେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ମତପୋଷଣ କରିବା ସହ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଲେ ଆର୍ଥୀକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅତୀସ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଉତ୍ôସବରେ ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ଦଳର ଜିଲ୍ଲା ସଭାପତି ସୁବ୍ରତ ଦାସ, ବ୍ଲକ ସଭାପତି ରଜନୀକାନ୍ତ ଚନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ଚନ୍ଦ, ପିତାମ୍ବର ନାୟକ, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ବିଜୟ ଶଙ୍କର ମହାନ୍ତି, ନାରାୟଣ ଚନ୍ଦ୍ର ବେହେରା, ମନୋଜ କୁମାର ନାୟକ, ସମିତି ସଭ୍ୟ ଗୁରୁପ୍ରସାଦ ଗିରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।