Odiapua.com

ମ୍ୟାଟ୍ରିକ୍ ପରୀକ୍ଷାରେ ଦେବର୍ଷି ଶିକ୍ଷା ନିକେତନକୁ ସଫଳତା ବିଦ୍ୟାଳୟ ପକ୍ଷରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, ୩୧ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ଶତ ପ୍ରତିଶତ ସଫଳତା ପାଇଥିବା ବାଲେଶ୍ୱର ସହରର ଖପରାପଦାସ୍ଥିତ ଦେବର୍ଷି ଶିକ୍ଷା ନିକେତନରେ କୃତୀ ଛାତ୍ରଛାତ୍ରୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ଏହି ବିଦ୍ୟାଳୟରେ ମୋଟ ୬୧ ଜଣ ଛାତ୍ରଛାତ୍ରୀ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭାଗ୍ୟଲକ୍ଷ୍ମୀ ବେହେରା ସର୍ବାଧିକ ୫୪୯ ନମ୍ବର ରଖି ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫୨୪ ନମ୍ବର ରଖିଥିବା ବିଜୟିନୀ ଦତ୍ତ, ୫୧୦ ନମ୍ବର ରଖିଥିବା ସ୍ୱାଧୀନା ପରୀଡ଼ା ଓ ୫୦୫ ନମ୍ବର ରଖିଥିବା ଇପସିତା ମହାନ୍ତ ବିଦ୍ୟାଳୟ ପାଇଁ ଗୌରବ ଆଣି ପାରିଛନ୍ତି। ସେହିପରି ବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ ଏ-୨ ଗ୍ରେଡରେ, ୯ ଜଣ ବି-୧ ଗ୍ରେଡ୍‌ରେ, ୧୫ ଜଣ ବି-୨ ଗ୍ରେଡ୍‌ରେ, ୧୫ ଜଣ ସି ଗ୍ରେଡ୍‌ରେ, ୧୨ ଜଣ ଡି ଗ୍ରେଡ୍‌ରେ ଓ ୪ ଜଣ ଇ- ଗ୍ରେଡ୍‌ଉତ୍ତୀର୍ଣ୍ଣ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆଜିମାବାଦ କ୍ଲଷ୍ଟର ସିଆରସିସି ସଙ୍ଗୀତା ରଥ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସଫଳତାର ବିଭିନ୍ନ ଦିଗ ଉପରେ ଦୃଷ୍ଟିପାତ କରିବା ସହ ମାନବ ଜୀବନ ପାଇଁ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଭାଗବତ ଚନ୍ଦ୍ର ପାତ୍ର ଓ ସଂଯୋଜକ ମାନସ ରଂଜନ ପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିନା ପ୍ରଦାନ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। ବିଦ୍ୟାଳୟର ଶିକ୍ଷାଦାନର ଧାରା ଓ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ବିକାଶ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ୟମ ଯୋଗୁଁ ଆଜି ଏହି ସଫଳତା ମିଳି ପାରିଛି ବୋଲି ସେମାନେ କହିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ।