ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚଳିତ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ଆବାସ, ରେସନ କାର୍ଡ, ଭତା ପ୍ରଦାନ ସାଙ୍ଗକୁ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ଆଜି ସିପିଆଇ ରାମଚନ୍ଦ୍ରପୁର ଶାଖା କମିଟି ପକ୍ଷରୁ ଆମରଣ ଅନଶନ କରାଯାଇଥିଲା । ସିପିଆଇର ଜୋନ ସମ୍ପାଦକ ଗୋପବନ୍ଧୁ ସେଠୀ, ଜିଲ୍ଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ରାମଚନ୍ଦ୍ରପୁର ଶାଖା ସମ୍ପାଦକ ଜୟନ୍ତ ଜେନା, ଟିଲୋ ସରପଚଂ ସଂଗ୍ରାମ ଜେନାଙ୍କ ତତ୍ୱାବଧାନରେ ଶତାଧିକ ମହିଳା ପୁରୁଷ ଅନଶନରେ ବସି ରହିଥିଲେ । ଖବରପାଇ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ୍, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଥାନାଧିକାରୀ ସୁପ୍ରକାଶ ମହାନ୍ତି ପ୍ରମୁଖ ଘଟଣାସ୍ଥଳକୁ ଆସି ଉପରୋକ୍ତ ସମସ୍ୟାର ସମାଧାନ ନେଇ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶଥାଉକି ଏଥିପୂର୍ବରୁ ସିପିଆଇ ପକ୍ଷରୁ ତିନିଦିନ ଧରି ଗଣାଧାରଣା ଦିଆଯାଇଥିଲା । ଆବାସ ଗୃହ ପ୍ରଦାନରେ ଅନିୟମିତତା, ୮୦ ବର୍ଷରୁ ଉର୍ଦ୍ଧ ବାର୍ଦ୍ଧକ୍ୟ,ବିଧବା ଓ ୮୦ ଭାଗରୁ ଉର୍ଦ୍ଧ ଭିନ୍ନକ୍ଷମ ମାନଙ୍କୁ ଭତା ପ୍ରଦାନରେ ପ୍ରଶାସନିକ ଅବହେଳା ପ୍ରତିବାଦରେ ଏହି ଗଣଧାରଣା ସ୍ଥଳକୁ ସେତେବେଳେ କୌଣସି ଅଧିକାରୀ ନ ଆସିବାରୁ ତିନି ଦିନରେ ତାହା ପ୍ରତ୍ୟାହୃତ କରାଯାଇଥିଲା ।