Odiapua.com

“ମୋ ହାତ କାଟି ଦିଅ – ଆଉ କଷ୍ଟ ସହି ହେଉନି” – ଟ୍ରି ମ୍ୟାନ

ଢାକା ୨୪-୬ (ଓଡ଼ିଆ ପୁଅ) : ଜଣେ ବାଙ୍ଗଲା ଦେଶୀ “ଟ୍ରି ମ୍ୟାନ” ଭାବରେ ପରିଚିତ କାରଣ ତା’ ଶରୀରରେ ଗଛ ଛେଲି ସଦୃଶ ବୃଦ୍ଧି ହେଉଛି। ସୋମବାର ସେ କହିଥିଲେ କି ସେ ନିଜର ହାତକୁ ଅସହ୍ୟନୀୟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କାଟି ଦେବାପାଇଁ ଚାହୁଁଛନ୍ତି।

ଟ୍ରିମ୍ୟାନ୍ ଅର୍ଥାତ୍, ଅବୁଲ ବଞ୍ଜନ୍ଦରର ଦୁର୍ଲଭ ସିଂଡ୍ରୋମ କାରଣରୁ ନିଜର ହାତ ଏବଂ ଗୋଡ଼ରେ ଛେଲି ପରି ବୃଦ୍ଧି ହେଉଥିବା ଅଂଶକୁ ହଟାଇବା ପାଇଁ ୨୦୧୬ ପରେ ୨୫ ଥର ଅପରେସନ କରିସାରିଲେଣି।

ଡାକ୍ତରମାନେ ମାନିନେଇଥିଲେ କି ସେ ଏହି ରୋଗର ଚିକିତ୍ସା ସଫଳ ରୂପରେ କରିପାରିଥିଲେ ବୋଲି। କିନ୍ତୁ ଅବୁଲ ବଞ୍ଜନ୍ଦରର ଗତ ବର୍ଷ ମଇରେ ଢାକା କ୍ଲିନିକରୁ ପଳେଇ ଯାଇଥିଲେ।

୨୮ ବର୍ଷୀୟ ଅବୁଲ ବଞ୍ଜନ୍ଦରରକୁ ଜାନୁଆରିରେ ପୁନଃ ଅବସ୍ଥା ଖରାପ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଇତି ମଧ୍ୟରେ ଏହି ଛେଲି ଅନେକ ଇଞ୍ଚ ଲମ୍ବା ହୋଇଯାଇଥିଲା।

ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଏବେ ଯନ୍ତ୍ରଣା ସହିପାରୁନାହିଁ। ରାତିରେ ଶୋଇ ପାରୁନାହିଁ। ମୋ ଡାକ୍ତରଙ୍କୁ କୁହନ୍ତୁ ମୋ ହାତ କାଟି ଦିଅନ୍ତୁ, ଯାହା ଫଳରେ ମୋତେ ଆଶ୍ୱସ୍ତି ମିଳିବ।”

ତାର ମା’ ଅମୀନା ବିବି ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି “ଅତି କମରେ ସେ ଯନ୍ତ୍ରଣାରୁ ତ ମୁକ୍ତି ପାଇବ। ଏହା ଏକ ନର୍କ ଯନ୍ତ୍ରଣା,” ନ୍ୟୁଜ ଏଜେନ୍ସି ଏଏଫପିକୁ କହିଛନ୍ତି।

ବଞ୍ଜନ୍ଦର ଏପିଡର୍ମୋଡିସପ୍ଲାସିୟା ଭର୍ଚୁସିଫର୍ମିସରେ ପୀଡ଼ିତ ଅଛନ୍ତି, ତାହା ଏକ ଦୁର୍ଲଭ ଆନୁବଂଶିକ ସ୍ଥିତି ଯାହାକୁ “ଟ୍ରି ମ୍ୟାନ ସିଂଡ୍ରୋମ” ନାମରେ ମଧ୍ୟ ପରିଚିତ।

ବଞ୍ଜନ୍ଦର କହିଛନ୍ତି କି ସେ ଭଲ ଚିକିତ୍ସା ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ପାଖରେ ଖର୍ଚ୍ଚ କରିବାକୁ ଅର୍ଥନାହିଁ।

ଢାକା ମେଡିକାଲ କଲେଜ ହସ୍ପିଟାଲର ମୁଖ୍ୟ ପ୍ଲାଷ୍ଟିକ ସର୍ଜନ ସାମନ୍ତ ଲାଲ ସେନ କହିଛନ୍ତି କି ସାତଜଣ ଡାକ୍ତରଙ୍କର ଏକ ବୋର୍ଡ ମଙ୍ଗଳବାରଦିନ ବଞ୍ଜନ୍ଦରଙ୍କର ସ୍ଥିତି ଉପରେ ଚର୍ଚ୍ଚା କରିବ।

ଏହି ଖବର ବିଶ୍ୱରେ ପ୍ରସାରିତ ହେବାପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ବଞ୍ଜନ୍ଦର ପାଇଁ ମାଗଣା ଚିକିତ୍ସା ପାଇଁ ପ୍ରତିଶୃତି ଦେଇଛନ୍ତି।

ପୂର୍ବରୁ ଚିକିତ୍ସା ସମୟରେ ବଞ୍ଜନ୍ଦର ପ୍ରାୟତଃ ଦୁଇ ବର୍ଷ ପର୍ଯ୍ୟନ୍ତ ହସ୍ପିଟାଲର ପ୍ରାଇଭେଟ ୱିଙ୍ଗରେ ଥିଲେ।

ମାନା ଯାଉଛି କି ସମଗ୍ର ବିଶ୍ୱରେ ଅଧା ଡର୍ଜନରୁ କିଛି ଅଧିକ ଲୋକଙ୍କୁ ଏହି ସିଂଡ୍ରୋମ ଅଛି।

୨୦୧୭ ରେ ଏହିପରି ପୀଡ଼ିତ ଜଣେ ବାଂଗ୍ଲାଦେଶୀ ଝିଅ ମଧ୍ୟ ଚିକିତ୍ସା କରିଥିଲେ। ଡାକ୍ତର ତାଙ୍କର ସର୍ଜରୀକୁ ସଫଳ ଘୋଷିତ କରିଥିଲେ, କିନ୍ତୁ ତା’ର ପିତା ପରେ କହିଲେ କି ଏହି ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ବଢ଼ିଲା ଏବଂ ପରିବାର ଲୋକେ ଚିକିତ୍ସା ରୋକିଦେଲେ ଏବଂ ନିଜର ଗ୍ରାମକୁ ଫେରିଯାଇଥିଲେ।