Odiapua.com

‘ମୋ ସ୍କୁଲ’ ଅଭିଯାନ ନିର୍ଦ୍ଦେଶିକାଙ୍କ ସ୍କୁଲ ପରିଦର୍ଶନ

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋ ସ୍କୁଲ ଅଭିଯାନ ରାଜ୍ୟ ନିର୍ଦ୍ଦେଶିକା ସୁଶ୍ମିତା ବାଗ୍‌ଚି ଆଜି ଭଣ୍ଡାରିପୋଖରୀ ବ୍ଲକର ନାଆମୀ ଉପ୍ରା ବିଦ୍ୟାଳୟ ଓ ରାଜେନ୍ଦ୍ରପୁର ଉପ୍ରା ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟ ଉନ୍ନୟନ କାର୍ଯ୍ୟ, ଶିକ୍ଷାଦାନ ଓ ପରିବେଶ ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି। ନାଆମୀ ସ୍କୁଲର ପରିବେଶ ସନ୍ତୋଷ ଜନକ ବୋଲି ଅନୁଧ୍ୟାନ ସମୟରେ ମତ ପ୍ରକାଶ କରିଥିଲେ। ଶ୍ରୀମତୀ ବାଗ୍‌ଚୀଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପକ କୁମାର ପାଢୀ, ପ୍ରଣୟ କୁମାର ନାୟକ, ମାୟାଧର ସାହୁ, ବ୍ଲକଶିକ୍ଷାଧିକାରିଣୀ ମଞ୍ଜଳାବାଳା ନାୟକ, ଏବିଇଓ ଉମେଶ ଜେନା, ଶିକ୍ଷାସଂଯୋଜକ କୈଳାସ ସାମଲ, ରାଜେନ୍ଦ୍ରପୁର ସରପଞ୍ଚ ପୂର୍ଣ୍ଣର୍ଚନ୍ଦ୍ର ମାଝୀ ରାଜେନ୍ଦ୍ରପୁର ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନରେ ସୌର ବିଦ୍ୟୁତ ପ୍ରକଳ୍ପ ଓ ଥଣ୍ଡା ପାନୀୟ ଜଳ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜେନ୍ଦ୍ରପୁର ବିଦ୍ୟାଳୟ ପୂର୍ବତନ ଛାତ୍ର ଡମ୍ବରୁଧର ରାଉତ ବିଦ୍ୟାଳୟ ପାଠାଗର ପାଇଁ ପୁସ୍ତକ କ୍ରୟ ନିମନ୍ତେ ୨୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଉଭୟ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ର ସଂସଦ କର୍ମକର୍ତ୍ତା ଅନୁଧ୍ୟାନକାରୀ ଅଧିକାରୀମାନଙ୍କୁ ସ୍ୱାଗତ କରିଥିଲେ।