Odiapua.com

ମୋ ସ୍କୁଲ ଅଭିଯାନକୁ ୧୦ହଜାର ଦାନ

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବାଂଶଡା ଥାନା ଅର୍ନ୍ତଗତ ଯଶୀପୁର ପଂଚାୟତ ଅଧିନସ୍ଥ ମଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତି ପାଇଁ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଶୁଭେନ୍ଦୁ ଆକାଶ ମାଝୀ ୧୦ହଜାର ଟଙ୍କା ଦାନ କରିଛନ୍ତି । ସରକାରଙ୍କ ନିର୍ଦେଶନାମାନୁଯାୟୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ବିଦ୍ୟାଳୟର ଉନ୍ନତି ପାଇଁ ଯେତେ ଟଙ୍କା ଦାନ କରିବେ ତାହା ବଦଳରେ ସରକାର ଏହି ଆଦାୟ ଅର୍ଥକୁ ଦ୍ୱିଗୁଣୀତ କରି ବିଦ୍ୟାଳୟ ପାଇଁ ଖର୍ଚ କରିବେ ।ତଦନୁଯାୟୀ ଶୁଭେନ୍ଦୁ ଆକାଶ ମାଝୀ ପିତା କୁଞ୍ଜ ବିହାରୀ ମାଝୀ ଏବଂ ତାଙ୍କ ଜେଜେ ବାପା ୰ ଶମ୍ଭୁନାଥ ମାଝୀଙ୍କ ସ୍ମୃତି ଉଦ୍ୱେଶରେ ୨୦୨୨ନବବର୍ଷ ଉପଲକ୍ଷେ ମୋ ସ୍କୁଲ ଅଭିଯାନକୁ ଏହି ଟଙ୍କା ପ୍ରଦାନ କରିଛନ୍ତି । ସେ ଏହି ଅର୍ଥରାଶି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିବା ବେଳେ ତାଙ୍କର ଏହି ପ୍ରୟାସ ନିଶ୍ଚିତ ଭାବେ ଯୁବ ପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସଂପୃକ୍ତ ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଛନ୍ତି ।