Odiapua.com

‘ମୋ ସରକାର’ ଛାଟ; ଅତିରିକ୍ତ ତହସିଲଦାରଙ୍କୁ ତତ୍କାଳ ହଟାଇଲେ ଜିଲ୍ଲାପାଳ

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁଙ୍କୁ ଆଜି ଛୁଟିଦିନରେ ତହସିଲରୁ ହଟାଇ ନିଆଯାଇ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ବିଭିନ୍ନ ପ୍ରମାଣପତ୍ର ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ‘ମୋ ସରକାର’ ପୋର୍ଟାଲରେ କରାଯିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଆଜି ଛୁଟିଦିନରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ପିତାମ୍ବର ସାମଲ ଭଣ୍ଡାରିପୋଖରୀ ତହସିଲକୁ ଯାଇ ଅତିରିକ୍ତ ତହସିଲଦାର ଶ୍ରୀ ସ୍ୱାଇଁଙ୍କୁ ଆଦେଶ ପ୍ରଦାନ କରିବା ସହ ରିଲିଭ କରି ଉପଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦାନ ସାଥିରେ ନେଇଆସିଥିଲେ । ଏଥିନେଇ ତଦନ୍ତ ଚାଲୁରହିଛି ଓ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଳ୍ଲାପାଳଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।