Odiapua.com

ମୋହନାରେ ୨୨ଜଣ କରୋନା ଆକ୍ରାନ୍ତ, ନାରାୟଣ ନଗର ନିଷିଦ୍ଧାଅଞ୍ଚଳ ଘୋଷଣା

ମୋହନା, ୧୦/୦୭ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲା ମୋହନା ବ୍ଲକ ରେ କରୋନା ଆକ୍ରାନ୍ତ ଙ୍କୁ ଦେଖିବାକୁ ମିଳିଛି। ଆଜି ମୋହନା ବ୍ଲକ ରେ ୨୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଯାହାଫଳରେ ମୋହନା ପ୍ରଶାସନ ପକ୍ଷରୁ ମୋହନା ମୁଖ୍ୟ ରାସ୍ତା ସଂଲଗ୍ନ ନାରାୟଣ ନଗରକୁ ନିଷିଦ୍ଧାଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଟ୍ ଡାଉନ୍ ଘୋଷଣା କରାଯାଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଜଣାପଡିଛି ଜେ ଗତ ଦୁଇ ତାରିଖରେ ମୋହନା ସ୍ଥିତ ନାରାୟଣ ନଗର ରେ ଏକ ବିବାହ ଭୋଜି କାର୍ଯ୍ୟ ର ଆୟୋଜନ ହୋଇଥିଲା ଏଠାରେ ଗଞ୍ଜାମ ଜିଲ୍ଲାର କିଛି ବ୍ୟକ୍ତି ଯୋଗ ଦେଇଥିଲେ। ଯାହାଫଳରେ ଅଞ୍ଚଳ ବାସିନ୍ଦାଙ୍କ କରୋନା ସଙ୍କ୍ରମଣ ହେବାର ସନ୍ଦେହ ଉପ୍ତନ୍ନ ହେବାରୁ ସାଧାରଣ ରେ ଅଭିଯୋଗ ହୋଇଥିଲା। ଫଳରେ ମୋହନା ପ୍ରସାଶନ ପହଞ୍ଚି ସ୍ବାବ ନମୁନା ସଂଗ୍ରହ କରି ପରିକ୍ଷଣ ନିମନ୍ତେ ପଠାଇ ଥିଲେ ଆଜି ତାହାର ଫଳାଫଳ ପଜିଟିଭ୍ ଜଣାପଡିବା ପରେ ନାରାୟଣ ନଗରୁ ୧୩ଜଣ, ସ୍ବାସ୍ଥ୍ୟକେନ୍ଦ୍ରରୁ ଦୁଇ ଜଣ, ପିଣ୍ଡି କି ଗ୍ରାମର ୭ଜଣଙ୍କୁ କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।