Odiapua.com

ମୋବାରକପୁର ମେଳଣ ଅନୁଷ୍ଠିତ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ପାଟୁଳି ପଞ୍ଚାୟତ ଅନ୍ତର୍ଗତ ମୋବାରକପୁର ପଡିଆରେ ଦୋଳ ମେଲଣ ଗତକାଲି ରାତ୍ରରେ ଅନୁଷ୍ଠିତ ହୋଇ ଆଜି ପ୍ରତ୍ୟୁଷରେ ଉଦଯାପିତ ହୋଇଯାଇଛି। ଗ୍ରାମର ମା’ମଙ୍ଗଳା ମେଲଣ କମିଟି ଆନୁକୂଲ୍ୟରେ ଆଖପାଖ ଗ୍ରାମର ବିମାନ ରାଧାକୃଷ୍ଣଙ୍କୁ ଶୋଭାଯାତ୍ରାରେ ଆଣି ମେଲଣ ପଡିଆରେ ଏକତ୍ରିତ ହୋଇଥିଲେ। ସେଠାରେ ଭୋଗଲାଗି କରାଯିବା ପରେ ଫଗୁଖେଳ ଅନୁଷ୍ଠିତ ହୋଇଥିଲା। ଗତ ୩୧ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ମେଲଣକୁ କମିଟି ସଭାପତି ଲକ୍ଷ୍ମଣ ନାୟକ, ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ମାନସ ଗିରି, ଅକ୍ଷୟ ଜେନା, ରାଜେନ୍ଦ୍ର ପତି ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଲୋକେ ଏହି ମେଲଣକୁ ପରିଚାଳନା କରିଥିଲେ।