Odiapua.com

ମୋବାରକପୁରରେ ଜବରଦଖଲ ଉଚ୍ଛେଦ ଜମିରେ ପୁଣି ଜବରଦଖଲ ଅଭିଯୋଗ

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ମୋବାରକପୁର ଗ୍ରାମର ସର୍ବସାଧାରଣ ଖାତା ନଂ ୪୪୮ ଅନ୍ତର୍ଗତ ୧୨୬୩, ୧୨୬୪ ଓ ୧୨୬୫ ନଂ ଖସଡ଼ା ଦଣ୍ଡାନାଳ କିସମ ଜମିକୁ ପୁଣି ଜବରଦଖଲ କରାଯାଇଛି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଗତ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ ହୋଇଛି। ଗତ୨୦୧୮ ମସିହା ଅକ୍ଟୋବର ୫ ତାରିଖରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଭଦ୍ରକ ଉପଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ ପୁଲିସ ସହାୟତାରେ ସଂପୃକ୍ତ ଜମିରେ ବେଆଇନ ଘର ନିର୍ମାଣ କରିଥିବା ସୁକାନ୍ତ ଜେନାଙ୍କ ଘରକୁ ଭାଙ୍ଗି ଜବରଦଖଲ ମୁକ୍ତ କରାଯାଇଥିଲା। ମାତ୍ର ଉକ୍ତ ଜମି ଉପରେ ସର୍ବସାଧାରଣ ବ୍ୟବହାରକୁ ଜବରଦଖଲକାରୀ ସୁକାନ୍ତ ଜେନା ବାଧା ଦେଉଥିବା ଓ ଆବାଦ କରି ରଖିଥିବା ସାନି ଅଭିଯୋଗ ହୋଇଛି। ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।