Odiapua.com

ମୋବାଇଲ ଦୋକାନରୁ ଚୋରି; ଘଟଣାସ୍ଥଳରୁ ଧରିଲେ ଦୋକାନୀ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସମ୍ମୁଖ ଗଣେଶ ବଜାର ମାଷ୍ଟର କମ୍ୟୁନିକେସନ ଦୋକାନରୁ ଗତକାଲି ରାତ୍ର ପ୍ରାୟ ୧୧.୩୦ମି. ସମୟରେ ଚୋରି କରୁଥିବା ଜଣେ ଚୋରକୁ ଦୋକାନୀ ଘଟଣାସ୍ଥଳରୁ ଧରିବାକୁ ସକ୍ଷମ ହୋଇଥିବା ଜଣାଯାଇଛି। ସ୍ଥାନୀୟ ଫତେପୁର ଗ୍ରାମର କାର୍ତ୍ତିକ ସାହୁ ସାନ ଭାଇ ନିରଞ୍ଜନ ସହ ରାତ୍ର ୧୧.୩୦ଟା ବେଳେ ଘରୁ ରାତ୍ର ଭୋଜନ ସାରି ଦୋକାନକୁ ଶୋଇବାକୁ ଆସି ଦୋକାନ ଦରଜା ଭଙ୍ଗା ହୋଇଥିବା ଦେଖିଥିଲେ। ଦୋକାନ ଭିତରେ ଥିବା ୨ଜଣ ଯୁବକ ସ୍ଥାନୀୟ ଚନ୍ଦ୍ରଭାନୁପୁର ଗ୍ରାମର ଜନୈକ ନାବାଳକ ଓ ଅନ୍ୟଜଣେ ଆମ୍ବଗଡିଆ ଗ୍ରାମର ନିହାର ଦାସ(୪୫)ଙ୍କୁ ଦେଖିଥଲେ। ସେମାନଙ୍କ ହାତରେ ଦୋନବେ ବିକ୍ରୀ ପାଇଁ ରଖାଯାଇଥିବା ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଥିଲା। ଅନ୍ଧାରର ସୁଯୋଗ ନେଇ ନିହାର ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ନାବାଳକ ଧରାପଡିଥିଲା। ଚୋରି ଯାଇଥିବା ନୂତନ ସ୍ମାଟ ମୋବାଇଲ ୨ଟା, ମରାମତି ପାଇଁ ଥିବା ପୁରୁଣା ମୋବାଇଲ ୨ଟା, ଡାଟାବେକୁଲ, ବ୍ୟାଟେରୀ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରୁ କେତେକ ଜବତ କରାଯାଇଥିଲା। ଚୋରିରେ ସଂପୃକ୍ତ ୨ ଜଣ ଚନ୍ଦ୍ରଭାନୁପୁର ଗୋଶାଳାରେ ଦିନରେ କାର୍ଯ୍ୟ କରନ୍ତି। ଏ ସମ୍ପର୍କରେ କାର୍ତ୍ତିକ ଥାନାରେ ଅଭିଯୋଗ କରିବା ସହ ନାବାଳକକୁ ଥାନା ଜିମା ଦେଇଛନ୍ତି। ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି।