Odiapua.com

ମୋବାଇଲ ଦୋକାନରୁ ଚୋରି ଅଭିଯୋଗ, ବାଇକଛାଡି ପଳାଇଲା ଚୋର

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ଛକରେ ଥିବା ନେରଡା ଗ୍ରାମର ପ୍ରଶାନ୍ତ କୁମାର ନାୟକଙ୍କ ମୋବାଇଲ ଦୋକାନରୁ ଗତ ଗୁରୁବାର ରାତ୍ରରେ ଚୋରି ହୋଇଥବବା ଅଭିଯୋଗ ହୋଇଛି । ଦୋକାନର ଚାବିକୁ ରାତ୍ର ପ୍ରାୟ ୧୨ଟା ବେଳେ ଲୁହାରଡ ସହାୟତାରେ ତାଢି ମରାମତି ପାଇଁ ଥିବା ଫୋନ, ବୃଟେରୀ ଓ ମରାମତି ଉପକରଣ ଚୋରି କରି ଦୋକାନରୁ ବାହାରୁଥିବା ବେଳେ ପଡୋଶୀ ଦେକାନୀ ସନ୍ତୋଷ କୁମାର ନାୟକ ଶଦ୍ଦ ଶୁଣି ବାହାରକୁ ଆସିବାରୁ ଚୋରମାନେ ଚୋରି ସାମଗ୍ରୀ ନେଇ ଦୌଡି ପଳାଇଥିଲେ । ହେଲେ ଦୋକାନ ସମ୍ମୁଖରେ ଓଡି ୩୩ ୟୁ ୦୮୯୫ନଂ ବାଇକକୁ ଛାଡି ପଳାଇ ଯାଇଥିଲେ । ଦୋକାନରୁ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି । ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ଥାନାରେ ୪୫୧/୨୩ନଂ ମାମଲା ଋଜୁ ହେବା ସହ ବାଇକକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି ।