Odiapua.com

ମୋବାଇଲ ଟାୱାର ପରିସରରୁ ଗଳିତ ଶବ ଉଦ୍ଧାର, ନିଖୋଜ ଜି ଏମ ଙ୍କ ମୃତ ଦେହ ସଂଦେହ

କଳାହାଣ୍ଡି – ତା.୨୩.୧୨.୨୦୧୯ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମୁଖିଗୁଡାସ୍ଥିତ ଇନ୍ଦ୍ରାବତୀ ଡାକ ବଙ୍ଗଳା ପଛପଟେ ଥିବା ଏୟାରଟେଲ ଟାୱାର ପରିସରରେ ଏକ ଗଳିତ ଶବ ପଡିଥିବାର ଜଣାପଡିବା ପରେ ତାହା ନିଖୋଜ ଓଏଚପିସି ଜେନେରାଲ ମେନେଜର ନାରାୟଣ ମେହେରଙ୍କ ହୋଇଥାଇପାରେ ବୋଲି ଆଲୋଚନା ହେଉଛି । ଶରୀରର ମୁଣ୍ଡ ଓ କିଛି ଅଂଶ ନଥିବା ବେଳେ ଅନ୍ୟ ଆକୃତି ତଥା ପୋଷାକ ପରିଧାନ ଆଧାରରେ ଲୋକେ ଏହା ଜିଏମ ନାରାୟଣ ମେହେରଙ୍କ ମୃତ ଶରୀର ବୋଲି ଅନୁମାନ କରୁଛନ୍ତି । ମୁଖିଗୁଡା ଫାଣ୍ଡି ଓ ଜୟପାଟଣା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ କରିବା ସହିତ ସାଇଂଟିଫିକ ଟିମର ସହାୟତା ନେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ମୁଖିଗୁଡାସ୍ଥିତ ଓଡିଶା ଜଳ ବିଦୁ୍ୟତ ନିଗମରେ ଜେନେରାଲ ମେନେଜର ଭାବେ କାର୍ଯ୍ୟରତ ନାରାୟଣ ମେହେର ଗତ ୧୭ ତାରିଖ ମଙ୍ଗଳବାର ଦିନ ଅଫିସକୁ ଯାଇ ଆଉ ଘରକୁ ଫେରିନଥିଲେ । ସନ୍ଧାରେ ଘରକୁ ନଆସିବା ପରେ ପରିବାର ଲୋକେ ତାଙ୍କ ମୋବାଇଲକୁ ବାରମ୍ବାର ଫୋନ କରୁ ଥିଲେହେଁ ଫୋନ ନଉଠାଉଥିବା ହେତୁ ତାଙ୍କ ପତ୍ନୀ ସୁରେଖା ମେହେର ମୁଖିଗୁଡା ଫାଣ୍ଡି ଓ ଜୟପାଟଣା ଥାନାରେ ତାଙ୍କ ସ୍ୱାମୀଙ୍କ ନିଖୋଜ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ଜୟପାଟଣା ଥାନା କେଶ ନଂ.୪୨/୨୦୧୯ ରେ ଏକ କେଶ ରୁଜ୍ଜୁ କରି ଅନୁସନ୍ଧାନ ଚାଲିଥିଲା । ପୋଲିସ ପକ୍ଷରୁ ଟେଲିଫୋନ ଟ୍ରାକିଂ କରା ଯାଉଥିଲେହେଁ କୌଣସି ପ୍ରକାର ସୁରାକ ମିଳିପାରିନଥିଲା । କେବଳ ମୋବାଇଲ ରିଂ ହେଉଥିବା ବେଳେ ତାହା ମୁଖିଗୁଡା ଅଂଚଳ ମଧ୍ୟରେ ହିଁ ରହିଥିବାର ସୂଚନା ମିଳୁଥିବାର ପୋଲିସ ପକ୍ଷରୁ କୁହାଯାଉଥିଲା ।
ଓଏଚପିସି କାର୍ଯ୍ୟାଳୟ ତଥା କଲୋନୀରେ ଅନୁସନ୍ଧାନ କରି ଜିଏମ ଙ୍କ ଗତି ବିଧି ସଂପର୍କରେ ପଚରା ଉଚୁରା କରିବା ପରେ ନିୟମିତ ଭାବେ ଅଫିସ ଗଲାଭଲି ଘଟଣା ଦିନ ମଧ୍ୟ ଜିଏମ ସେ କଲୋନୀରୁ ବାହାରି ଅଫିସ ଯôାଇଥିବା ବିଷୟ ପୋଲିସ ସୂତ୍ରରୁ ପ୍ରକାଶ । ରବିବାର ୨୨ ତାରିଖ ଅପରାହ୍ନରେ ମୁଖିଗୁଡା ପୋଲିସ ଫାଣ୍ଡି ଠାରୁ ୪୦୦ ମିଟର ଦୂରରେ ଓ ଡାକବଙ୍ଗଳା ପଛପଟେ ଥିବା ଏୟାରଟେଲ ଟାୱାର ପରିସରରେ ଏକ ମୃତ ଦେହ ପଡିଥିବା ଲୋକେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିବା ବେଳେ ପାରିପାଶ୍ୱର୍ିକ ସ୍ଥିତିକୁ ଦେଖି ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପ୍ରତ୍ୟକ୍ଷ ଦର୍ଶୀ ମହଲରେ ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । ସୋମବାର ସକାଳ ସୁଦ୍ଧା ପୋଲିସ ପକ୍ଷରୁ ସେସଂପର୍କରେ କିଛି କୁହାଯାଉନାହିଁ । ସାଇଂଟିଫିକ ଟିମ ଏବଂ ପୋଷ୍ଟ ମଟମ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ରାଜ୍ୟ ଶକ୍ତି ଓ ଗୃହ ମନ୍ତ୍ରୀଙ୍କ ଜିଲ୍ଲାରେ ଶକ୍ତି ବିଭାଗର ପଦସ୍ଥ ପଦାଧିକାରୀ ନିଖୋଜ ହେବା ଓ ଅଭିଯୋଗ ହେବାର ପାଂଚ ଦିନ ପରେ ମଧ୍ୟ ଗୃହ ବିଭାଗର ପୋଲିସ ନିଖୋଜ ଜିଏମ ମେହେରଙ୍କୁ ଖୋଜି ପାରିନଥିବା ତଥା ପୋଲିସ ଫାଣ୍ଡି ର ୪୦୦ ମିଟର ମଧ୍ୟରେ ଏଭଲି ଘଟଣା ଘଟିଯାଇ ଥିବା ପୋଲିସର ପୋଲିସର ଦକ୍ଷତା ଉପରେ ସଂଦେହ ପ୍ରକାଶ ପାଇବାରେ ଲାଗିଛି ।