Odiapua.com

ମୋବାଇଲ ଛାଡି ଧରାପଡିଲେ ଚୋର

ହାଟଡ଼ିହି,୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କୁଣ୍ଡିସାହି ଗ୍ରାମରେ ଚୋରମାନେ ଚେରି କରିବାକୁ ଆସି ମୋବାଇଲ ଛାଡି ଚାଲିଯିବାରୁ ଧରାପଡି ଛେଚା ଖାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ କିଛି ଦୁର୍ବୁତ କୁଣ୍ଡିସାହି ନିକଟରେ ଠିଆହୋଇଥିବା ଏକ ଦଶଚକିଆ ଟ୍ରକରୁ ଚାବିଭାଙ୍ଗି ଡିଜେଲ ଲୁଟିନେଇଥିଲେ । କିନ୍ତୁ ସେମାନେ ତାଙ୍କ ମୋବାଇଲ ଟିକୁ ଭୁଲ କ୍ରମେ ତଳେ ପକାଇଦେଇ ପଳାଇଥିଲେ । ଆଜି ସକାଳୁ ଟ୍ରକ ମାଲିକ ଗାଡି ପାଖକୁ ଆସିବାରୁ ଚାବି ଭଙ୍ଗାଯାଇ ତେଲ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ସେଠାରେ ପଡିଥିବା ମୋବାଇଲ ଟି ଚୋରଙ୍କର ବୋଲି ସନ୍ଦେହ କରି ସେହି ମୋବାଇଲକୁ କଲକରି ଡାକିଥିଲେ । ଜଣେ ଚୋର ମୋବାଇଲ ପାଇଁ ଆସିବାରୁ ତାକୁ ବାନ୍ଧିପକାଇ ଛେଚିବାପରେ ସେ ଅନ୍ୟ ଜଣେ ଚୋର ସମ୍ପର୍କେରେ କହିଥିଲା । ଫଳରେ ଅନ୍ୟଜଣଙ୍କୁ ସେଠାକୁ ଅଣାଯାଇ ଉତ୍ତମ ମଧ୍ୟମ ଦେବାପରେ ସେମାନେ ତେଲ ଚୋରି କରିଥିବା ସମ୍ପର୍କରେ ମାନି ଯାଇଥିଲେ । ନନ୍ଦିପଦା ପୁଲିସକୁ ଡକାଯାଇ ଉଭୟଙ୍କୁ ପୁଲିସ ଜିମା ଦିଆଯାଇଛି । ଏହି ଦୁଇଚୋରଙ୍କର ଘର କପୁଣ୍ଡି ଗ୍ରାମରେ ବୋଲି ଜଣାଯାଇଛି । ସେମାନେ ପୁର୍ବରୁ ମଧ୍ୟ ଅନେକ ମାମଲାରେ ସମ୍ପୁକ୍ତ ଥିବା ଜଣାପଡିଛି । ପୁର୍ବରୁ ଟ୍ରାକ୍ଟର ଡାଲା ଚୋରିରେ ଏମାନେ ସଂପୃକ୍ତି ଥାଇ ଜେଲ ଯାଇଥିବା ଶୁଣିବାକୁ ମିଳୁଛି ।