Odiapua.com

ମୋବାଇଲ ଚୋରି ଅଭିଯୋଗରେ ୩ ଗିରଫ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ମୋବାଇଲ ଚୋରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି । ସେମାନେ ହେଲେ ଗୁଜିଦରଡାର ଏସକେ.ଆରିଫ, ରାଣୀତାଲର ସତ୍ୟପ୍ରିୟ ବାରିକ ଓ ତପନ ଦାସ । ଗତ୨୨ ତାରିଖରେ ବେନ୍ତାଳର ସନ୍ତୋଷ ପାଣି ମୋବାଇଲ ଚୋରି ନେଇ ଏତଲା ଦେଇଥିଲେ । ପରେ ପୁଲିସ ତଦନ୍ତ କରି ୩ଜଣଙ୍କୁ ଗିରଫ କରିବା ସହ ୩ଟି ମୋବାଇଲ ଜବତ କରିଛି ।