Odiapua.com

ମୋବାଇଲ ଓ ଟଙ୍କା ଚୋରି ଅଭିଯୋଗ; ନୃତ୍ୟଶିଳ୍ପୀ ଗିରଫ, ୭ ମୋବାଇଲ ଜବତ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନରେ ତିହିଡି ଡାନ୍ସ ଗ୍ରୁପର କଳାକାରମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଏ ସମ୍ପର୍କରେ ୪୬୬/୨୪ରେ ଏକ ମକଦ୍ଦମା ରୁଜୁ କରି ନେଇଥିବା ସେହି ଗ୍ରୁପର ବାଲେଶ୍ୱର ଜିଲା ଗୋପାଳପୁର ଥାନା ଅଧୀନ କଲ୍ୟାଣୀ ଗାଁର ଜୟନ୍ତ କୁମାର ଦତତ୍ତ ନାମକ ଜଣେ ନୃତ୍ୟଶିଳ୍ପୀଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କ ଠାରୁ ପୁଲିସ ୭ଟି ମୋବାଇଲ ଜବତ କରିଥିବା ଜଣାଯାଇଛି। ଜୟନ୍ତ ତିହିଡିସ୍ଥିତ ଡ୍ୟାନସ ଗ୍ରୁପ କାର୍ଯ୍ୟାଳୟ ଆଖପାଖରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅଭିଯୋଗରୁ ଜଣାଯାଇଛି ଯେ ଗତ ୧୨ତାରିଖରେ ଦୋଳସାହି ଠାରେ ତିହିଡି ଡ୍ୟାନସ ଗ୍ରୁପର ଏକ କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟକ୍ରମ ସରିବା ପରେ କଳାକାରମାନେ ଗ୍ରୁପର ତିହିଡିସ୍ଥିତ କାର୍ଯ୍ୟାଳୟରେ ରାତ୍ରିଯାପନ କରିଥିଲେ। ସମସ୍ତେ ଶୋଇଥିବାର ସୁଯୋଗ ନେଇ ଜୟନ୍ତ ୭ଟି ମୋବାଇଲ, ୮ହଜାର ଟଙ୍କା ସହିତ ୨ଟି ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ପରେ ଡ୍ୟାନସ ଗ୍ରୁପ ମାଲିକ ଆରସା ଗ୍ରାମର ବରୁଣ ନାୟକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।