Odiapua.com

ମୋନା ପାକ୍ଷରୁ ସଦର ବିଧାୟକଙ୍କ ବିୟୋଗରେ ଶୋକ

ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ‘ମୋନା’ ପକ୍ଷରୁ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଅକାଳ ବିୟୋଗରେ ଏକ ଶୋକସଭା ସଂଗଠନର ନୀଳିଆବାଗ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି। ମୋନାର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ ଏଥିରେ ସଭାପତିତ୍ୱ କରିବା ସହ ସ୍ୱର୍ଗତ ଦତ୍ତଙ୍କ ଜୀବନଧାରା ସମ୍ପର୍କରେ ସୂଚନା ଦେଇଥିଲେ। ସଂଗଠନର ସମ୍ପାଦିକା ମମତା ମହାପାତ୍ର, ଉପଦେଷ୍ଟା ସୁବତ୍ର କର, ଗୌରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ସୀତାରାମ ପ୍ରଧାନ, ଆଇନଜୀବୀ ନିରଂଜନ ପରିଡ଼ା ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦତ୍ତଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଜଣେ ଦକ୍ଷ ସଂଗଠକ ଓ ଲୋକପ୍ରିୟ ନେତା ଭାବେ ମଦନ ମୋହନ ଦତ୍ତ ବାଲେଶ୍ୱର ରାଜନୀତି କ୍ଷେତ୍ରରେ ଯେଉଁ ଛାପ ଛାଡ଼ି ଯାଇଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ। ଦଳୀୟ କର୍ମୀ ହେଉ କି ସାଧାରଣ ଜନତା, ସମସ୍ତଙ୍କ ପ୍ରତି ସ୍ୱର୍ଗତଙ୍କ ବ୍ୟବହାର ଅତ୍ୟନ୍ତ ଗ୍ରହଣୀୟ ଥିଲା। ଅନ୍ୟାନ୍ୟ ଚିରାଚରିତ ରାଜନେତାଙ୍କ ଭଳି ସେ ଲୋକଙ୍କୁ ପ୍ରତିଶ୍ରୁତି ନଦେଇ ସମସ୍ୟା ସମାଧାନକୁ ସର୍ବଦା ଅଗ୍ରାଧିକାର ଦେଇ ଆସୁଥିଲେ ବୋଲି ସେମାନେ କହିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଦତ୍ତଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ସହ ୨ ମିନିଟ୍ ନିରବ ପ୍ରାର୍ଥନା କରି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।