Odiapua.com

‘ମୋନା’ର ଭର୍ଚୁୁଆଲ ବୈଠକ

ବାଲେଶ୍ୱର, ୧୫ା୮(ଓଡ଼ିଆ ପୁଅ/ଅଭୟ ଦାସ):ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା), ବାଲେଶ୍ୱର ଶାଖାର ମାସିକିଆ ବୈଠକ ପ୍ରଥମଥର ପାଇଁ ଭରଚୁଆଲ ମୋଡ଼ରେ ସଭାପତି ଏଡ୍‌ଭୋକେଟ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଛି। ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସାଧାରଣ ସଂପାଦିକା ମମତା ମହାପାତ୍ର ପୂର୍ବ ଅଧିବେଶନ ମାନଙ୍କର ବିବରଣୀ ପାଠ କରି ଜିଲ୍ଳାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଶ୍ୱ ନିଶା ନିରୋଧ ଦିବସରେ ଦାବିପତ୍ର ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ। ଉପଦେଷ୍ଟା ସୁବ୍ରତ କର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ ଟାଉନ ଥାନା ଅଧିକାରୀ ଓ ଅବକାରୀ ଅଧିକାରୀଙ୍କ ନିଶା କାରବାର ବିରୋଧରେ ପ୍ରଶଂସନୀୟ ପଦକ୍ଷେପ ପାଇଁ ସମ୍ବର୍ଦ୍ଧନା ଦେବାକୁ ପ୍ରସ୍ତାବ ଦେବା ସହ ସାକ୍ଷାତ୍ ଆଲୋଚନା କରିବାକୁ କହିଥିଲେ। କୋଷାଧ୍ୟକ୍ଷ ଡଃ କ୍ଷିତୀଶ୍ୱର ଦାଶ ଆୟବ୍ୟୟ ଉପସ୍ଥାପନ କରିଥିଲେ ଓ ଏହା ଅନୁମୋଦିତ ହୋଇଥିଲା। ସଦସ୍ୟା କଲ୍ୟାଣୀ ନନ୍ଦ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଦେଶାତ୍ମବୋଧ ସଂଗୀତ ଗାନ କରିଥିଲେ। ଏହି ବୈଠକରେ ଭରଚୁଆଲ ମୋଡ଼ରେ ଡଃ କେଶବ ଚରଣ ପଣ୍ଡା, କୁମୁଦ ରଞ୍ଜନ ଗିରି, ସ୍ୱର୍ଣ୍ଣଲତା ସ୍ୱାଇଁ, ଅଭିମନ୍ୟୁ କାନୁନ୍‌ଗୋ, ଅକ୍ଷୟ ତ୍ରିପାଠୀ, କମଳାକାନ୍ତ ଦାଶ, ଯୋଗେଶ ପ୍ରଧାନ, ପୂଣ୍ଣଚନ୍ଦ୍ର ବେହେରା, ଗୀତାଞ୍ଜଳି ସିଂହ, ସୀତାନାଥ ଦାସ, ଲୀନା ପାଣିଗ୍ରାଗୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଇଂ-ବିକ୍ରମ ମାଝୀ ଓ ବସନ୍ତ ପ୍ରଧାନ ଏହି ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।