Odiapua.com

ମୋଦି ପଠାଉଛନ୍ତି ୧୫ ଲକ୍ଷ ଟଙ୍କା !

ନୂଆଦିଲ୍ଲୀ,୦୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଲକ୍ଷ ଟଙ୍କା ପଠାଉଥିବା ନେଇ ଏକ ଖବର ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବା ପରେ  କେରଳରେ ଲୋକେ ଖାତା ଖୋଲିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଲମ୍ବା ଲାଇନ୍‌ ଲଗାଇ ଦେଇଥିଲେ।

ସୋସିଆଲ ମିଡିଆରେ ପ୍ରଚାରିତ ଏହି ମେସେଜକୁ ସତ ବୋଲି ଭାବି ପୋଷ୍ଟାଲ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଲାଗି ଲୋକଙ୍କ ଭିଡ଼ ଜମିଥିଲା। ସେମାନଙ୍କ କହିବାନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୫ ଲକ୍ଷ ଟଙ୍କା ଦେବାର ପ୍ରତିଶୃତିକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।