Odiapua.com

ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଟର୍ମରେ ୪ର୍ଥ ଥର ମନ୍‌ କି ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଦୂରଦର୍ଶନ ଓ ରେଡିଓରେ ମନର କଥା କହୁଛନ୍ତି ପିଏମ୍‌ ମୋଦି । ମନ୍‌ କି ବାତ୍‌ ରେ ମୋଦି ପ୍ରଥମେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଗତ କାଲି ଲତାଜୀଙ୍କର ୯୦ ତମ ଜନ୍ମଦିନ ଅବସରରେ ମୋଦି ଜଣାଇଲେ ଶୁଭେଚ୍ଛା । ମୋଦି ଲତାଙ୍କୁ ଭୁୟସୀ ପ୍ରଶଂସା କରିବା ସହ ଲତାଙ୍କ ଆଶୀର୍ବାଦ ଏବଂ ଭଲପାଇବା କାମନା କରିଛନ୍ତି ।

ଏହାପରେ ମୋଦି ନବରାତ୍ରୀ ମହୋତ୍ସବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଏହି ନବରାତ୍ରୀରେ ଆମେ ଅଭାବରେ ଖୁସି ବାଣ୍ଟିବା ପାଇଁ ସଙ୍କଳ୍ପ ନେବା ବୋଲି ମୋଦି ଆାହ୍ୱାନ ଦେଇଛନ୍ତି । ଏଥିସହିତ ଘରର ଲକ୍ଷ୍ମୀ ରୂପରେ ଆମେ ଝିଅ ମାନଙ୍କୁ ମାନିଥାଉ । ଝିଅ, ବୋହୂଙ୍କୁ ସମ୍ମାନ କରିବାକୁ ମୋଦି ମନ୍‌ କି ବାତ୍‌ ରେ କହିଛନ୍ତି । ତେଣୁ ସେଲଫି ଓ୍ୱିଇଥ୍‌ ଡଟର ଭଳି ଭାରତ କୀ ଲକ୍ଷ୍ମୀ ଆରମ୍ଭ କରିବାକୁ ଦେଶ ବାସୀଙ୍କୁ କହିଛନ୍ତି ।

ଏଥିସହିତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ପୁସ୍ତକ ପଠନ ମନୋଭାବକୁ ଆହୁରି ବିକଶିତ କରିବାକୁ ଆୱାନ ଦେଇଛନ୍ତି ମୋଦି । ତମାଖୁସେବନର ଭୟାଭହତା ସମ୍ପର୍କରେ ବୁଝାଇବେକୁ ଯାଇ ମୋଦି କହିଛନ୍ତି ଯେ, ଇ- ସିଗାରେଟ୍‌ ଭାରତ ବ୍ୟାନ୍‌ କରିଛି ତେଣୁ ଇ- ସିଗାରେଟ୍‌ର ଭୟାବହତା ନେଇ ସମସ୍ତେ ସଚେତନ ହେବା ଜରୁରୀ । ଯୁବପିଢୀକୁ ଯେପରି ନିଶା ବରବାଦ୍‌ କରିବନି ସେଥିପ୍ରତି ସଜାଗ ରହିବାକୁ ମୋଦି ମନ୍‌କୀ ବାତ୍‌ରେ ସଜାଗ୍‌ କରାଇଛନ୍ତି ।