Odiapua.com

ମୋଦିଙ୍କୁ ଶିବଲିଙ୍ଗ ଉପରେ ବିଛା କହିବା ମନ୍ତବ୍ୟରେ ଥରୁରଙ୍କ ନାମରେ ୱାରେଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବଲିଙ୍ଗ ଉପରେ ବସିଥିବା ବିଛା ନେଇ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ନେତା ଶଶୀ ଥରୁରଙ୍କ ନାମରେ ଦିଲ୍ଲୀର ଏକ ଅଦାଲତ ୱାରେଣ୍ଟ ଜାରୀ କରିଛନ୍ତି।ସୂଚନାଯୋଗ୍ୟ ଯେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜଣେ ସ୍ୱୟଂ ସେବକ କହିଥିବା କହି, ମୋଦୀ ଶିବଲିଙ୍ଗ ଉପରେ ବସିଥିବା ଏକ ବିଛା।ଯାହାକୁ ହାତରେ ହଟାଇ ହେବନି, କାରଣ ଦଂଶନ କରିବ।ଏବଂ ଚପଲରେ ମଧ୍ୟ ମାରି ହେବନି ବୋଲି ଶଶୀ ଥରୁର ମନ୍ତବ୍ୟ ଦେଇଥିଲେ।ଏ’ ନେଇ ତାଙ୍କ ବିରୋଧରେ ହୋଇଥିବା ମାନହାନୀ କେସରେ ହାଜର ନହେବାରୁ ଅଦାଲତ ଶଶୀ ଥରୁରଙ୍କ ବିରୋଧରେ ଜାମିନ ଯୋଗ୍ୟ ୱାରେଣ୍ଟ ଜାରୀ କରିଛନ୍ତି।-ଦେବଦତ୍ତ ରଥ