Odiapua.com

ମୋଦିଙ୍କୁ ରାକ୍ଷୀ ବାନ୍ଧିଲା ମହିଳା ମୋର୍ଚ୍ଚା;ସାମିଲ ଥିଲେ ଓଡ଼ିଶା ସଭାନେତ୍ରୀ

ଭୁବନେଶ୍ୱର;୨୬,ଅଗଷ୍ଟ:ରାକ୍ଷୀ ପୂର୍ଣ୍ଣିମାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଛନ୍ତି ବିଜେପି ମହିଳା ମୋର୍ଚ୍ଚା।ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକରଙ୍କ ସମେତ ଏକ ୧୦ ଜଣିଆ ଟିମ ମୋଦିଙ୍କୁ ସାକ୍ଷାତ କରି ରାକ୍ଷୀ ବାନ୍ଧିଛନ୍ତି।ଏହି ୧୦ ଜଣିଆ ଟିମରେ ଓଡ଼ିଶା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ଥିଲେ।ଏହା ସହ ପଶ୍ଚିମବଙ୍ଗ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଲୋକେଟ ଚାଟାର୍ଜୀ,କର୍ଣ୍ଣାଟକ ରାଜ୍ୟ ସଭାନେତ୍ରୀ ଭାରତୀ ସେଟ୍ଟୀ ଏବଂ ଉତ୍ତର ପ୍ରଦେଶ ରାଜ୍ୟ ସଭାନେତ୍ରୀ ଦର୍ଶନା ସିଂ ପ୍ରମୁଖ ସାମିଲ ଥିଲେ।ଏହା ସହ ମହିଳା ମୋର୍ଚ୍ଚାର ଏହି ଟିମ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ଲାଲଙ୍କୁ ମଧ୍ୟ ସାକ୍ଷାତ କରି ରାକ୍ଷୀ ବାନ୍ଧିଛନ୍ତି।