Odiapua.com

ମୋଟୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ନୂତନ କାର୍ଯ୍ୟାଳୟ କୋଠାଗୃହ ଉଦଘାଟିତ

ମାଲକାନଗିରି,୩୦ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମାଓପ୍ରବଣ ଏମଭି୭୯ ଠାରେ ମୋଟୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ନୂତନ କାର୍ଯ୍ୟାଳୟ କୋଠା ଉଦଘାଟିତ ହୋଇଯାଇଛି । ଆଜି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ.ମୂରଲିଧର ଓ ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ କଟକ ହାଇକୋର୍ଟ ଠାରେ ଭାର୍ଚୁଆଲ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରି ସମନ୍ୱୟ ର କ୍ଷା କରି ଖୁବ ଶିଘ୍ର ମାମଲାଗୁଡୁକୁର ଫଇସଲା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଜି ସକାଳେ ମାଲାକନଗିରି ଜିଲ୍ଲା ଏମଭି୭୯ ଠାରେ ଆୟୋଜିତ ଉଦଘାଟନି ସଭାରେ ମାଲକାନଗିରି ଜିଲ୍ଲା ଓ ଦୌରାଜଜ ରୋହିତ ଲାଲା ପଣ୍ଡା,ଅତିରିକ୍ତି ଜିଲ୍ଲା ଓ ଦୌରା ଜଜ ମହଲତ ସା,ସିଜିଓମ ବିଶ୍ୱ ରଂଜନ ବେହେରା,ଏସପି ରିଶିକେଶ ଡି ଖିଲାରୀ,ଅତିରିକ୍ତ ଜିଲ୍ଲାପାଳ ବିରେସେନ ପ୍ରଧାନ ,ଡିଏଫଓ ପ୍ରଦୀପ ଦେବିଦାସ ମିରସେ,ସିଡିଏମଓ ଡ. ପ୍ରଫୁଲକୁମାର ନନ୍ଦ,ଜିଲ୍ଲା ଆଇନସେବା ପ୍ରଧାକିରଣ ସଚିବ ଏମରେଶ ନାୟକ,ରେଜିଷ୍ଟାର କୃଷ୍ଣ ଚନ୍ଦ୍ର ନାୟକ,ମୋଟୁ ଜେଏମଏଫସି କୋର୍ଟର ଗୌରୀ ଶଙ୍କର ପଣ୍ଡା,କୋର୍ଟ ପରିଚାଳକ ପ୍ରଣବ କୁମାର ପ୍ରଧାନ ଯୋଗଦେଇଥିଲେ । ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାଓକିଲ ସଂଘର ସଭାପତି ପ୍ରଭାକର ପ୍ରଧାନ,ଉପସଭାପତି ମାନସ ସ୍ୱାଇଁ,ସଂପାଦକ ପ୍ରକାଶ ମାହାନ୍ତି,ସହ ସଂପାଦକ ଧିରଜୋ ପାଣିଗ୍ରାହୀ,ବରିଷ୍ଟ ଆଇନଜୀବୀ ବିଜୟକୁମାର ମାହନ୍ତି,ଭବନତୋଷ ବିଶ୍ୱାସ,ଆଇନଜୀବୀ ନୃସିଂହ ଚରଣ ମହାନ୍ତି,କୌଳାସ ପଟନାୟକ,ବିପ୍ଲବ ଦତ,ଲମ୍ବୋଧର ତୁରୁକ ପ୍ରମୁଖ ଉପସ୍ଥିତ ଥିଲେ । ସୁଚନା ଯୋଗୟ ଯେ ଏହି ମୋଟୁ ଅଦାଲତଟି ଏମଭି୭୯ ଠାରେ ଗତ ୧୯୮୭ ମସିହାରୁ ସ୍ଥାପିତ ହୋଇଥିବା ବେଳେ ଅଦାଲତର ସ୍ଥାୟୀ କୋଠା ନଥିବାରୁ ଏମଭି ୭୯ ସରକାରି କ୍ୱାଟର୍ସରେ ଚାଲିଥିଲା,ପରବର୍ତି ସମୟରେ ଏହା ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ କିଛି ଦିନ ଓ ଏମଭି ୭୯ ଠାରେ କିଛି ଦିନ ଅଦାଲତ ଚାଲିଥିଲା । ନିଜସ୍ୱ କୋଟା ନିର୍ମାଣ ହୋଇଗଲାପରେ ଏବି ନିୟମିତ ଭାବେ ଏମବି୭୯ ଠାରେ ହିଁ ଅଦାଲତ ଚାଲିବ, ଏହା ଦ୍ୱାରା ଲୋକମାନେ ସୁବିଧା ପାଇପାରିବେ,ଆଉ ସୁଦୁର ମାଲକାନଗରି କୁ ଯିବାକୁ ପଡିବ ନାହିଁ,