Odiapua.com

ମୋଟର ସାଇକେଲ ଦୁର୍ଘଟଣା ୨ ଗୁରୁତର

ନବରଙ୍ଗପୁର ୮/୧୧ (ଓଡ଼ିଆ ପୁଅ) – ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ଡାବୁଗାଁ- ମଇଦଲପୁର ପୂର୍ତ୍ତ ବିଭାଗ ରାସ୍ତା ଉପରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟଯେ, ମଙ୍ଗଳବାର ରାତ୍ର ପ୍ରାୟ ୭ ଘ.ଟା ରୁ ୮ଘ. ଟା ଡାବୁଗାଁ- ମଇଦଲପୁର ପୂର୍ତ୍ତ ବିଭାଗ ରାସ୍ତାରେ ମଇଦଲପୁର ଠାରୁ ଆହତମାନଙ୍କ ନିଜ ଘର କାଙ୍ଗୁ ମାଝିଗୁଡା ଗ୍ରାମକୁ ମୋଟର ସାଇକେଲ ନଂ ଓଡ଼ି ୨୪ ଏଚ ୫୪୫୩ ଯୋଗେ ଫେରୁଥିବା ବେଳେ ଦହଣାମାଳ ଗ୍ରାମ ନିକଟରେ ଥିବା ଏକ ପୋଲ ପାଖରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲେ। ଫଳରେ ମୋଟର ସାଇକେଲରେ ଥିବା ୨ ଜଣ ଯୁବକ ତଳେ ପଡ଼ି ଆହତ ହୋଇଛନ୍ତି। ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ଆହତ ମାନେ ହେଲେ ପାପଡ଼ାହାଣ୍ଡି ବ୍ଲକ ଅଧୀନ କାଙ୍ଗୁମାଝିଗୁଡା ଗ୍ରାମର ଭୁବନ ଭତ୍ରା (୨୪) ଓ ଭୁବନ ଗୌଡ଼ (୩୦)। ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ମଇଦଲପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।