Odiapua.com

ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ- ଧର୍ମେନ୍ଦ୍ର ପ୍ରଧାନ

ମେଡ଼ିକାଲ ଶିକ୍ଷାରେ ଓବିସି ଏବଂ ଇଡବ୍ଲୁଏସ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

– ଓବିସି ଏବଂ ଆର୍ଥିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ
– ଏହି ପଦକ୍ଷେପ ମୋଦି ସରକାରଙ୍କ ସବକା ସାଥ୍‌-ସବକା ବିକାଶ ମନ୍ତ୍ରକୁ ପ୍ରତିଫଳିତ କରୁଛି
– ପ୍ରଧାନମନ୍ତ୍ରୀଙ୍କ ଅନୁସାରେ ଏହି ପଦକ୍ଷେପ ଦେଶର ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସହାୟକ ହେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୨୯ (ଓଡ଼ିଆ ପୁଅ) – ସବକା ସାଥ୍‌-ସବକା ବିକାଶ ମନ୍ତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସରକାର ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଂଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକତୋରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ôଥକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହି ନିଷ୍ପତି ସ୍ୱାଗତ କରିବା ସହ କହିଛନ୍ତି ଯେ ପଛୁଆ ବର୍ଗ ଓବିସି ତଥା ଆର୍ôଥକ ଦୁର୍ବଳ ଶ୍ରେଣୀରୁ ପଛୁଆ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ବର୍ତମାନ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ଏହା ଯୁଗାନ୍ତକାରୀ ପଦକ୍ଷେପ। ଏହି ଐତିହାସିକ ନିଷ୍ପତି ୨୦୧୪ ଠାରୁ ମେଡ଼ିକାଲ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ସଂସ୍କାର ଦିଗରେ ଆଉ ଏକ ପଦକ୍ଷେପ। ଅଣସଂରକ୍ଷଣ କ୍ଷେତ୍ରରେ ସିଟକୁ ହ୍ରାସ କରାନଯାଇ ନିଆଯାଇଥିବା ଏହି ପଦକ୍ଷେପ ଦ୍ୱାରା ପଛୁଆ ଏବଂ ଆର୍ôଥକ ଦୁର୍ବଳ ଶ୍ରେଣୀର ଓଡ଼ିଶା ସମେତ ଭାରତବର୍ଷର ୫ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଉପକୃତ ହେବେ। ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଏହି ପଦକ୍ଷେପ ଦେଶର ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।