Odiapua.com

ମେସ୍ କୋଠରିରେ ଯୁକ୍ତଦୁଇ ଛାତ୍ରୀ ଓଢଣୀରେ ଫାସି ଲଗାଇ ଆତ୍ମହତ୍ୟା

ମାଲକାନଗିରି,୧୯ା୧୨ (ଓଡିଆ ପୁଅ  )  ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଜଣେ ଯୁକ୍ତଦୁଇ ରେ ପଢୁଥିବା ଛାତ୍ରୀ ନିଜ ଓଢଣୀରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି । ମାଲକାନଗିରି ଥାନା କାମବେଡା ପଚାଂୟତସ୍ଥ ଏମଭି୫୦ ଗ୍ରାମର ଅମ୍ରିତା ମଣ୍ଡଳ (୧୮)ଓ ଅନ୍ୟ୪ଜଣ କଲେଜ ଛାତ୍ରୀ ଜିଲ୍ଲାସଦର ମହକୁମା ଝାଟିମାଟି କଲୋନିରେ ମେସ୍ କରି ରହୁଥିଲେ । ଅମ୍ରିତାଙ୍କ ସହ ଅନ୍ୟ୪ଜଣ ଛାତ୍ରୀ ମହିଳାମହାବିଦ୍ୟାଳୟ ରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷରେ ପଢନ୍ତି   । ଆଜି କଲେଜରେ ପ୍ରିଟେଷ୍ଟ ପରୀକ୍ଷା ଥିବାରୁ ସକାଳେ ୪ଜଣ ଛାତ୍ରୀ ନିଜର ନିତ୍ୟକର୍ମ ସାରି ଜଳଖିଆ ଖାଇ କେଲଜ ବାହିପଡିଥିଲେ । ଅମ୍ରୀତା ମଧ୍ୟ କଲେଜ ପୋଷାକ ପିନ୍ଧି ବାହିରିଥିଲେ । ସମୟ ହୋଇଗଲାଣି ଚାଲ କଲେଜ ଯିବାକହି ଅନ୍ୟ୪ଜଣଛାତ୍ରୀ ବାହାରି ପଡିବାରୁ ତୁମେ ସବୁ ଆଗରେ ଚାଲ  ମୁ କିଛି ସମୟପରେ କଲେଜ ଯିବି କହି ଅମ୍ରୀତା ମେସ ରେ ରହିଯାଇଥିଲେ । ଅନ୍ୟ ସହପାଠିନୀ ମାନେ କଲେଜରେ ପହଁଚି ପରୀକ୍ଷା ଦେଇଥିଲେ ମଧ୍ୟ ଅମ୍ରୀତା ଆଉ କଲେଜ ଯାଇ ନଥିଲେ ।

ତାଙ୍କ ଦେହ ବୋଧେ ଖରାପ ହେଲାକି କଣ ବୋଲି ଅନ୍ୟ ସହପାଠିନୀ ମାନେ ଭାବି ଚୁପ ରହି ଯାଇଥିଲେ । ଅମ୍ରିତା ଙ୍କ ବାପା ସକାଳେ ତାଙ୍କ ଝିଅ  ସହିତ ଫୋନରେ କଥା ହୋଇ ଥିଲେ ,୧୧ଟାବେଳକୁ ଆଉଥରେ ଫୋନକରିବାରୁ ଫୋନ ରିଂ ହୋଇ ବନ୍ଦ ହୋଇ ଯାଇଥିଲା । ଫୋନ କାହିଁକି ସୁଇଚ ଅପ ହେଲା ସନ୍ଦେହକରି ତାଙ୍କ ବାପା ମାଲକାନଗିରି ଝାଟିମାଟି କଲୋନି ମେସକୁ ଆସି ଦେଖିଲା ବେଳକୁ ଅମ୍ରୀତା ନିଜ ଓଢଣୀରେ ଘର ଲୁହାପାଇପରେ ବେକରେ ଫାସିଲଗାଇ ଝୁଲୁଛି । ସେ ସଙ୍ଗେ ସଙ୍ଗେ ମାଲକାନଗିରି ଥାନାକୁ ଜଣାଇ ଥିଲେ ,ପୁଲିସ ଘଟଣାସ୍ଥଳରେ ପହଁଚି ଅମ୍ରିତାର ମୃତ ଦେହ ଉଦ୍ଧାର କରିଥିଲେ । ସେହି କୋଠରୀ ଚଟାଣରେ ତୋମାଗେ ସବାଇ ବହୁତ ମିସ୍ କରବୋ,ଆଇ ଲଭ ୟୁ, ଆଇ ମିସ ୟୁ , ସାଙ୍ଗ ମାନେ ତୁମେ ଭଲରେ ରୁହ ବୋଲି କଳା ଓ ନାଲି ସ୍କେଚ ପେନରେ ଲେଖା ହୋଇ ଏକ ଚିତ୍ର ଅଙ୍କା ଯାଇଥିବାର ଦେଖିବାକୁ ମିଳିଥିଲା । ଅମ୍ରୀତାର ମୃତଶରୀର କୁ ମାଲାକନଗିରି ହସପିଟାଲକୁ ଶବବ୍ୟବଛେଦ ପାଇଁ ପଠାଇ ଅପମୃତ୍ୟୁ କେସ ରୁଜୁକରି କେଉଁ କାରଣ ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ପୁଲିସ ସେ ସଂପର୍କ ତଦନ୍ତ ଚଳାଇଛନ୍ତି । ଶବବ୍ୟବଛେଦ ପରେ ଅମ୍ରିତାଙ୍କ ମୃତଶରୀରକୁ ତାଙ୍କ ପରିବାରଙ୍କୁ ପୁଲିସ ହସ୍ତାନ୍ତର କରିଛିନ୍ତି ।